ନାୟିକା ହେବା ଆଗରୁ ଏହି କାମ କରୁଥିଲେ ସୋହା ଅଲ୍ଲୀ ଖାନ୍

ଆଜି ହେଉଛି ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନଙ୍କ ଜନ୍ମଦିନ । ସାହା ଶର୍ମିଲା ଟାଗୋରଙ୍କ ଝିଅ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ଭଉଣୀ ଭାବେ ଅଧିକ ପରିଚିତ । ତାଙ୍କର ଆଉ ଏକ ପରିଚୟ ହେଲା ଯେ ସାହା ହେଉଛନ୍ତି ଅଭିନେତା କୁନାଲ ଖେମୁଙ୍କ ପତ୍ନୀ ।
ଇତିମଧ୍ୟରେ ସୋହା ଅଲ୍ଲୀ ଖାନ୍ଙ୍କ ଅଭିନୀତ ଫିଲ୍ମ “ରଙ୍ଗ୍ ଦେ ବସନ୍ତୀ’,”ତୁମ୍ ମିଲେ’,”ଗୋ ଗୋଆ ଗନ୍’ଓ “ଖୋୟା ଖୋୟା ଚାନ୍ଦ୍’ ଆଦି ରିଲିଜ୍ ହୋଇଛି ।
ସୋହା ଅଲ୍ଲୀ ଖାନ୍ ଲେଖିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ତାଙ୍କ ରଚିତ ପ୍ରଥମ ପୁସ୍ତକ ହେଲା “ଦ ପେରିଲ୍ସ ଅଫ୍ ବିଂ ମଡ଼ରେଟଲି ଫେମସ୍’ । ସୋହା ଯଦିଓ ଅଭିନୟ ଓ ଲେଖନୀ ଚାଳନାରେ ସେ ସିଦ୍ଧହସ୍ତ । କିନ୍ତୁ ତାଙ୍କ ପରିିବାର ଲାକେ ଆକ୍ଟିଂକୁ ପ୍ରଫେସନ୍ ନ କରିବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ମା’ ଶର୍ମିଳା ଟାଗୋର ଏବଂ ବାପା ମନସୁର ଅଲ୍ଲୀ ଖାନ୍ ପଟ୍ଟୌଦି ଚାହୁଁଥିଲେ ସୋହା ଅଭିନୟ କ୍ଷେତ୍ରକୁ ନ ଆସନ୍ତୁ ବରଂ ସେ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରନ୍ତୁ ।
ସତ କହିବାକୁ ଗଲେ ଆକ୍ଟିଂ ପାଇଁ ତାଙ୍କୁ ପରିବାରରେ ହତୋତ୍ସାହିତ କରାଯାଇଥିଲା । ତାଙ୍କୁ ବାପା, ମାଆ କି ଭାଇ କେହି ବି ଅଭିନୟ ପାଇଁ ଉତ୍ସାହିତ କରିନଥିଲେ, ବରଂ ଯେତେବେଳେ ସେ ଆକ୍ଟିଂ ପ୍ରଫେସନକୁ ବାଛିଥିଲେ, ସେତେବେଳେ ତାଙ୍କୁ ସେମାନେ ବିରୋଧ ମଧ୍ୟ କରିଥିଲେ ବୋଲି କହିଛନ୍ତି ସୋହା ଅଲ୍ଲୀ ଖାନ୍ । ପରିବାରର କଥା ମାନି ସାହା କିଛି ଦିନ କର୍ପାରେଟ୍ ଜଗତରେ କାମ ମଧ୍ୟ କରିଥିଲେ, କିନ୍ତୁ ସେଥିରେ ତାଙ୍କର ମନ ଲାଗିଲା ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ