ନା ବାଳିକା ବିବାହ ବନ୍ଦ କରିବାକୁ ଯାଇ ଫେରିଲା ପ୍ରଶାସନ

ହାଟଡ଼ିହି,(ବିକାଶ ବିଶ୍ୱାଳ ) : ବଣିଆରୀ ମନ୍ଦିରରେ ଜଣେ ନା ବାଳିକାକୁ ବିବାହ କରାଯାଉଥିବା କେହି ଚାଇଲଡଲାଇନକୁ ଫୋନ କରି ଜଣାଇବାପରେ ପ୍ରଶାସନ ପକ୍ଷରୁ ଏହି ବିବାହକୁ ବନ୍ଦ କରିବାକୁ ତତ୍ପର ହୋଇ ଉଠିଥିଲା । କିନ୍ତୁ ସେପରି କିଛି ବିବାହ ହେଉନଥିବା ଜାଣିବାପରେ ଅଧିକାରୀମାନେ ଫେରିଆସିଥିଲେ । ଖବରରୁ ଜଣାଯାଇଛି ଯେ ଇଞ୍ଚୋଳ ଗ୍ରାମର ଜଣେ ନା ବାଳିକାକୁ ଫକିରପୁର ଗ୍ରାମର ଜଣେ ଯୁବକ ବଣିଆରୀ ମନ୍ଦିରରେ ବିବାହ କରୁଥିବା ନେଇ କେହି ଟେଲିଫୋନ ମାଧ୍ୟମରେ ଚାଇଲ୍ଡ ଲାଇନକୁ ସୁଚନା ଦେଇଥିଲେ । ଚାଇଲ୍ଡଲାଇନ ପକ୍ଷରୁ ଖବରପାଇ ହାଟଡିହିର ସିଡିପିଓ, ନନ୍ଦିପଦା ପୁଲିସ ଓ ଚାଇଲ୍ଡଲାଇନ ସଦସ୍ୟମାନେ ଉକ୍ତ ମନ୍ଦିରକୁ ଯାଇ ସେପରି କିଛି ବିବାହ ହେଉନଥିବା ଓ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଜାଣିବାକୁ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ