ନିଃଶୁକ୍ଳ ଆଇନ ସେବା ପ୍ରଦାନ ଉପରେ ଗୁରୁତ୍ବ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା କୋର୍ଟ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ କୋର୍ଟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି ।ସମାରୋହରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ(ଏଡିଜେ) ଲୋକନାଥ ସାହୁ ,ମୁନସିଫ୍ ସୁରକ୍ଷିତ ମିଶ୍ର ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେମଏଫସି) ଏକ ମିଳନ ତାଣ୍ଡି (ଜେଏମଏଫସି – ୨ ) ବ୍ରଜେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଜାତୀୟ ଆଇନ ସେବା ଦିବସ ର ଲକ୍ଷ୍ୟ, ଉଦ୍ଦେଶ୍ୟ, ତାପ୍ତଯ୍ୟ ଏବଂ କେଉଁ ବର୍ଗର ଲୋକେ ନିଃଶୁଳ୍କ ରେ ଆଇନ ସେବା ପାଇପାରିବେ ସେ ସମ୍ପର୍କରେ ବିଚାରପତି ମାନେ ଗୁରୁତ୍ୱାରୋପ କରିଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜିବୀ ପ୍ରଭାତ ବେହେରା, ପ୍ରତାପ ମହାନ୍ତି ,ବଟକୃଷ୍ଣ ସାହୁ ସରକାରୀ ଆଇନଜିବୀ ପ୍ରବୋଧ ପରିଡ଼ା , ସୈଳେନ୍ଦ୍ର ନାରାୟଣ ସାହୁ ,ଅଶୋକ ବିଶ୍ଵାଳ ଙ୍କ ସମେତ ନିମାପଡ଼ା ବାର ଆସୋସିଏସନ୍ ର କର୍ମକର୍ତ୍ତା ଯୋଗ ଦେଇଥିଲେ ।


