ନିଃସହାୟ ବିଧବା ମହିଳା ସମସ୍ତ ସେବାରୁ ବଂଚିତ

ଶେରଗଡ, (ଦେବୀ ପ୍ରସାଦ ଦାଶ):ଶେରଗଡ଼ ଗ୍ରାମ କେଉଟ ସାହିରେ ବସବାସ କରୁଥିବା ବିଧବା ମହିଳା ଗତକିଛି ବର୍ଷ ହେଲା ଚିର ଅବହେଳିତ ହୋଇ ରହିଛନ୍ତି।ନା ତାଙ୍କୁ ଭତ୍ତା ମିଳୁଛି ନା ଇନ୍ଦିରା ଆବାସ।ଉକ୍ତ ମହିଳା ଜନଙ୍କ ହେଲେ ସୋଲି ବେହେରା ବୟସ ମାତ୍ର ୨୪ବର୍ଷ।ମାତ୍ର ୨୪ବର୍ଷ ବୟସରେ ବିଧବା ସାଙ୍ଗକୁ ନିଃସହାୟ ଜୀବନ କାଟୁଛନ୍ତି ।ପାଖରେ ଗୋଟିଏ ୪ବର୍ଷର ଛୁଆ।ଏହାକୁ ନେଇ ଦୁଃଖ ଅନାଟନରେ କାଳ କାଟୁଛନ୍ତି । ଗତ କିଛି ଦିନ ଶେରଗଡ଼ ଅଞ୍ଚଳରେ ବର୍ଷା ତାର ଦୁଃଖକୁ ଦ୍ୱିଗୁଣିତ କରିଛି।ସେ ରହୁଥିବା ଆଜବେଷ୍ଟସ ହୋଇଥିବା ବେଳେ ଘର ଉପର ଅଂଶ ସଂପୂର୍ଣ୍ଣ ଭାଙ୍ଗି ଯାଇଛି।ସୂର୍ଯ୍ୟଆଲୋକ ଓ ଚନ୍ଦ୍ରଲୋକ ରେ ତାଙ୍କ ଘରେ ପ୍ରତିଦିନ କେଳି କରୁଛନ୍ତି।ଖାଇବାକୁ ଆଘରୁ ତାଘରୁ ମାଗି ଯାଚି ଚଳୁଛନ୍ତି ।ବର୍ଷା ହେଲେ ପର ଘର ବାରଣ୍ଡାରେ ରହୁଛନ୍ତି ।ସୋଲି କହନ୍ତି ମୋର ସାହା ବୋଲି କେହି ନାହାନ୍ତି ଭତ୍ତା କେହି କରିଦେଉନାହାନ୍ତି ।ଘର ଇନ୍ଦିରା ଆବାସ ମୋ ପାଇଁ ସାତ ସ୍ଵପ୍ନ ଅଟେ।ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବୁ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ