ନିଅଂଟିଆ ବର୍ଷା ଯୋଗୁଁ ୧୦୨ ବ୍ଲକରେ ଫସଲ ପ୍ରଭାବିତ : ରାଜସ୍ୱ ମନ୍ତ୍ରୀ

ଭୁୁବନେଶ୍ୱର, ରାଜ୍ୟରେ ଅନାବୃଷ୍ଟି ତଥା ତଥ ଜନିତ ପରିସ୍ଥିତି ଯୋଗୁଁ ରାଜ୍ୟର ୧୦୨ ବ୍ଲକରେ ଫସଲ ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।
ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ମୋସନ ଆଲୋଚନାର ଉତର ରଖି ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ଜୁନ ମାସରେ ପ୍ରକୃତ ବୃଷ୍ଟିପାତ ଠାରୁ ୧୬.୬ କମ ବର୍ଷା ଥିବା ବେଳେ ଜୁଲାଇ ମାସରେ ୨୧.୩ ଓ ଅଗଷ୍ଟ ମାସରେ ୪୪.୭ ପ୍ରତିଶତ କମ ବର୍ଷା ହୋଇଛି । ବିଗତ ବର୍ଷ ତୁଳନାରେ ସେପ୍େଟମ୍ବର ୩ ସୁଦ୍ଧା ୧ ଲକ୍ଷ ୧୯ ହଜାର ହେକ୍ଟର କମ ଜମିରେ ଚାଷ ହୋଇଛି । କମ ବୃଷ୍ଟିପାତ ଯୋଗୁଁ ରାଜ୍ୟର ଜଳଭଣ୍ଡାର ଗୁଡିକରେ କମ ଜଳ ଗଛିତ ରହିଛି । ଜଳ ଭଣ୍ଡାରର ଗଛିତ ଥିବା ଜଳକୁ ପାନୀୟଜଳ ବ୍ୟବହାର ପାଇଁ ପ୍ରାଥମିକତା ଦିଆଯିବ । ପାନୀୟଜଳ ବ୍ୟବହାର ଆବଶ୍ୟକତା ମେଂଟାଇବା ପରେ ବଳକା ଜଳକୁ ଜଳସେଚନ ରୂପେ ବ୍ୟବହାର କରାଯିବ । ପରିସ୍ଥିତି ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି । ଫସଲ ରକ୍ଷା କରିବା ଯଦି ସମ୍ଭବ ନୁହେଁ ସେଠି ମରୁଡି ସକ୍ରାନ୍ତୀୟ ସରକାର ନିୟମ ଅନୁସାରେ ପଦକ୍ଷେପ ନେବେ । ଅନାବୃଷ୍ଟି ଯୋଗୁ ଫସଲ କ୍ଷତି ସମ୍ପର୍କରେ ୧୫ ଟି ଜିଲ୍ଲାର ନୋଡାଲ ଅଫିସର ରିପୋର୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି । ଯେଉଁଠି ଫସଲ ନଷ୍ଟ ହୋଇଛି, ସେଠି ଦ୍ୱିତୀୟ ଫସଲ ପାଇଁ କିଟ୍ ଦିଆଯାଇଛି । ଯେଉଁଠି ଜଳସେଚନ ବ୍ୟବସ୍ଥା ରହିଛି, ସେଠି ଜଳସେଚନ କରାଯାଉଛି ।
ସେପଟେ ସ୍ଥିତିର ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଦାବି କରିଛନ୍ତି । ସେପଟେ ମରୁଡି ଘୋଷଣା କରି ଚାଷୀଙ୍କୁ ସହାୟତା ଦେବା ପାଇଁ କଂଗ୍ରେସ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ