ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ଛତ୍ରପୁର,(ଯୁଗାବ୍ଦ: ନ୍ୟୁଜ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଉପୁଲାପୁଟି ଗ୍ରାମରେ ଥିବା 50 ରୁ 60ଏକର କିଆ ଫୁଲ ଚାଷ ଜମିରେ ନିଆଁ ଲାଗିଛି, ଯାହାଫଳରେ 20ରୁ ଅଧିକା ଚାଷୀ କ୍ଷତିଗସ୍ତ ହୋଇଛନ୍ତି,କୋଟି କୋଟି ଟଙ୍କା ର କିଆଁ ଫୁଲ ନଷ୍ଟ ହୋଇଯାଇଛି, ସେମାନଙ୍କ ଦୈନିକ କିଆଁ ଫୁଲ ତୋଳି ଦି ପଇସା ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ, ନିଆଁ ଲାଗିବା ପରେ ଆଗାମୀ ୫ବର୍ଷ କିଆଁ ଫୁଲ ହେବ ନାହିଁ, ସେମାନେ ଜୀବିକା ହରାଇଛନ୍ତି, ଏଣୁ ଏହାର କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି l ଶନିବାର ଅପରାହ୍ନରେ କିଆ ଚାଷ ଜମିରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା l ଘଟଣାର ଖବର ପାଇ ଛତ୍ରପୁର ଓ ଅନ୍ୟ ଅଂଚଳ ର ଚାରୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା l ଅନ୍ୟପଟେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କାଳିପଲ୍ଲୀ ପଂଚାୟତ ର ବି. ଚନ୍ଦ୍ରମଣି ପାତ୍ର, କିଆଁ ଫୁଲ ଚାଷୀ ସଂଘ ର ସଭାପତି ଅମର ବେହେରା, ସମ୍ପାଦକ ବି. ଗୋରିଆ ପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଏ ସମ୍ପର୍କ ରେ ଚାଷୀ ମାନଙ୍କ ସହ ଆଲୋଚନା କରିଛନ୍ତି, ଚାଷୀ ମାନଙ୍କୁ କିପରି ଉଚିତ କ୍ଷତିପୂରଣ ମିଳିବ ସେଥିପାଇଁ ପ୍ରାସନିକ ଅଧିକାରୀ ମାନଙ୍କ ଆଲୋଚନା କରିଥିଲେ


