ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଭଗବାନ ରାଉତଙ୍କ ଦେହରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସେ ଗୁରୁତର ହୋଇଛନ୍ତି। ଆଜି ଦିନ ପ୍ରାୟ ୧ଟା ବେଳେ ଭଗବାନ ଘରେ ଥିବା ବେଳେ ତାଙ୍କ ଦେହରେ ଚୁଲିରୁ ନିଆଁ ଲାଗିଥିବା କୁହାଯାଉଛି। ଏଥିରେ ତାଙ୍କ ପିଠି, ଜଙ୍ଘ, ଗୋଡ, ପେଟର ଅର୍ଦ୍ଧାଧିକ ଅଂଶ ପୋଡିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା କରାଯାଇ ଭଗବାନଙ୍କୁ ଭଦ୍ରକ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ କିଭଳି ଜଣେ ୬୦ବର୍ଷୀୟ ବୃଦ୍ଧଙ୍କ ଦେହରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ