ନିଆଁରେ ପୋଡିହୋଇ ବୃଦ୍ଧା ଗୁରୁତର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତରେ ଜଣେ ବୃଦ୍ଧା ନିଆଁରେ ପୋଡିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗାଁର କୋକିଳ କର ନାମକ ଜଣେ ୯୦ବର୍ଷ ବୟସ୍କା ବୃଦ୍ଧା ନିଜ ଜୀବନ ପ୍ରତି ବିତୃଷ୍ଣା ଭାବ ଆସିବାରୁ କାହିଁକି ମୋତେ ଜମ ନେଉ ନାହିଁ , ଏ ବୟସରେ ମୁଁ ଘରେ ପଡି ରହିଛି କହି ଆଜି ସକାଳେ କିରୋସିନି ଢ଼ାଳି ହୋଇ ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


