ନିଆଁରେ ପୋଡି ମହିଳା ଗୁରୁତର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନିଆଁ ସେକିହେଉଥିବାବେଳେ ଜଣେ ମହିଳା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ସଢ଼ା ପଞ୍ଚାୟତ ନାହା ଗ୍ରାମର ବୁଦ୍ଧଦେବ ନାଇକଙ୍କ ସ୍ତ୍ରୀ ମିନୀ ନାଇକ (୫୫) ଆଜି ପ୍ରବଳ ବର୍ଷା, ପବନ ଯୋଗୁଁ ଥଣ୍ଡାରୁ ରକ୍ଷା ପାଇବାପାଇଁ ମିନି ନାଇକ ଘରେ ଥିବା ରୋଷେଇ ଚୁଲିରେ ନିଆଁ ଜାଳି ସେକି ହେଉଥିଲେ । ଅସାବଧାନତା କାରଣରୁ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇ ତାଙ୍କର ଘରଟି ଜଳି ଉଠିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ତାଙ୍କ ଶରୀରର ୮୦ଭାଗ ପୋଡି ଯାଇଥିବା ଜଣାଯାଇଛି । ଖବରପାଇ ହାଟଡିହି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ଘରର ଅନେକ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।