ନିଆଁରେ ପୋଡି ଯୁବକ ମୃତ!କାରଣ ଅସ୍ପଷ୍ଟ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପିଛିଲିଘାଟୀ ଗ୍ରାମରେ ନିଆଁରେ ପୋଡି ହୋଇ ମୃତ ହୋଇଥିବା ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ ହୋଇଛି ।ସୂଚନାଯୋଗ୍ଯ ଯେ କ୍ଷୁଦ୍ର ହାଟ ବ୍ଯବସାୟୀ ପ୍ରଦୀପ ରାମ(୫୦) ମଙ୍ଗଲବାର ରାତିରେ ଖାଇପିଇକୁ ବାପ ପୁଅ ଶୋଇଥିଲେ ।ପରେ ରାତି ୩.୩୦ଟା ପାଖାପାଖି ସମୟରେ ପରିସ୍ରା କରି ଶୋଇଥିପଳଲେ ।ପରେ ରାତିରେ ନିଆଁରେ ପୋଡି ହୋଇ ମୂତ୍ଯୁ ହୋଇଥିବା ଏକ ଅଭାବନୀୟ ଘଟଣା ଘଟି ଯାଇଥିଲା ।ଅନ୍ଯ ଘରେ ଶୋଇଥିବା ପରିଜନ ଲୋକ ଉଠି ଦେଖନ୍ତିତ ପ୍ରଦୀପର ମୃତ୍ଯୁ ହୋଇଯାଇଛି ।ପୋଲିସକୁ ଖବର ଦେଇଥିଲେ ।ରାଇରଙ୍ଗପୁର ଟାଉନଥାନା ଅଧିକାରୀ ଅଜୟ ଶୁଭଦର୍ଶନ ବାଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ବାରିପଦାରୁ ମଧ୍ଯ ଫରେନସିକ ଟିମ ଆସି ତଦନ୍ତ କରି ଫେରିଯାଇଛନ୍ତି ।ପୋଲିସ ଏକ ଅପମୃତ୍ଯୁ ମାମଲା ୨୪/୨୧ ରୁଜୁ କରି ଶଵକୁ ରାଇରଙ୍ଗପୁର ହସ୍ପୀଟାଲରେ ଶବ ଵ୍ଯଵଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ପ୍ରଦୀପର ପତ୍ନୀଙ୍କର ଦୁଇ ବର୍ଷ ତଳେ ମୃତ୍ଯୁ ହୋଇଥିଲା ।ତାଙ୍କର ଏକ ପାଳିତ ୧୦ ବର୍ଷର ପୁଅ ଅଛି ।ପ୍ରଦୀପର ମୃତ୍ଯୁରେ ସାହିରେ ଶୋକର ଛାୟା ଖେଳିଯାଇଛି ।


