ନିଆଁରେ ପୋଡି ୩ ମୃତ,୧ ଗୁରୁତର

ବ୍ରହ୍ମପୁର/ବୁଗୁଡା(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ପୋଲସରା ଖଇରଚଟା ଗ୍ରାମରେ ଅଘଟଣ । ରବିବାର ସକାଳ ପ୍ରାୟ ସାଢେ ୯ଘଣ୍ଟ ସମୟରେ ପାଳ ଗଦା ନିଆଁରେ ଜଳି ୪ ଜଣ ଶିଶୁ ଗୁରୁତର ଆହାତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲସରା ମେଡିକାଲରେ ଭର୍ତ୍ତିକରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛି । ମୃତକ ଶିଶୁ ମାନଙ୍କର ପରିଚୟ ପୋଲସରା ଖଇରଚଟା ଗ୍ରାମର ଜୟସେନ ଗୈାଡଙ୍କ ୭ ବର୍ଷର ପୁଅ ଦିପକ ଗୈାଡ, ସନ୍ତୋଷ ଜେନାଙ୍କ ପାଞ୍ଚ ବର୍ଷର ପୁଅ ସାଇରାମ ଜାନୀ ଓ ସୁକାନ୍ତ ଜେନାଙ୍କ ୬ ବର୍ଷର ଝିଅ ଇତିଶ୍ରୀ ଜେନା ବୋଲି ଜଣାପଡିଛି । ସେହି ପରି ଗୁରୁତର ଅବସ୍ଥାରେ ଚି୍‌କିତ୍ସା ହେଉଥିବା ଶିଶୁର ପରିଚୟ ରତ୍ନାକର ଜେନାଙ୍କ ୬ ବର୍ଷର ପୁଅ ଆଲୋକ ଜେନା ବୋଲି ଜଣାପଡିଛି । ଶିଶୁଟିର ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତରି୍‌ତ କରାଯିବ ବୋଲି ଡାକ୍ତର ସୁନିଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁୂଯାୟୀ ପୋଲସରା ଅନ୍ତର୍ଗତ ଖଇରଚଟା ଗ୍ରାମରେ ରବିବାର ସକାଳ ପ୍ରାୟ ସାଢେ ୯ ଟା ସମୟରେ ଗ୍ରାମର ଛୋଟ ଛୋଟ ଶିଶୁ ମାନେ ଶିବ ମନ୍ଦିର ପଛପଟ ପାଳଗଦା ନିକଟରେ ୫ ରୁ ୬ ଜଣ ମିଶି ଖେଳୁଥିବା ସମୟରେ ହଠାତ୍ କୈାଣସି କାରଣରୁ ପାଳ ଗଦାରେ ନିଆଁ ଲାଗ ଖେଳୁୂଥିବା ଶିଶୁ ମାନଙ୍କ ମଧ୍ୟରୁ ୪ ଜଣ ଶିଶୁ ନିଆଁରେ ପୋଡି ଛଟପଟ ହେଉଥିଲେ । ପାଳ ଗଦାରେ ନିଆଁ ଲାଗିଥିବା ଦେଖି ଲୋକ ମାନେ ଭିଡ ଜମାଇବା ସହ ଗୁରୁତର ଅବସ୍ଥାରେ ଅଂଚଳବାସୀ ୪ ଜଣଙ୍କୁ ଉଦ୍ଧାର କରି ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ମେଡିକାଲରେ ପହଞ୍ଚି ଗୁରୁତର ଅବସ୍ଥା ପଚାରିବୁଝିବା ସହ ପ୍ରାଥମିକ ଚିକିତ୍ସା ପାଇଁ ପ୍ରତ୍ୟେକ ପରିବାରକୁ ୫ ହଜାର ଲେ୍‌୍‌ଖାଏଁ ୨୦ ହଜାର ଟଙ୍କା ନିଜସ୍ୱ ପ୍ରଦାନ କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥ୍‌ଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ