ନିଆଁଲାଗି ଜଳିଗଲା ଘର, ରାସ୍ତା ଓ ନେଟୱାର୍କ ଯୋଗୁଁ ପହଞ୍ଚିପାରିଲାନି ଦମକଳ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲ୍‍ ଅନ୍ତର୍ଗତ କୁନ୍ଦା ଗ୍ରାମରେ ସନ୍ଧ୍ୟାରେ କୌଣସି ପ୍ରକାର ନିଆଁଲାଗି ନର୍ମଦା ମାଝୀ(୩୯)ଙ୍କର ଘର ସଂପୂର୍ଣ୍ଣଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଫଳରେ ଘରେ ଥିବା ସମସ୍ତ ଅସାବାବ ପତ୍ର ସହିତ ଧାନ ଓ ଚାଉଳ ଆଦି ମଧ୍ୟ ପୋଡ଼ିଯାଇଛି। ତେବେ ଉକ୍ତ ଗ୍ରାମ ଏକ ଦୁର୍ଗମ ଗ୍ରାମ ହୋଇଥିବା ବେଳେ ଗମନା ଗମନ ପାଇଁ କୌଣସି ପ୍ରକାର ଭଲ ବ୍ୟବସ୍ଥା ନାହିଁ। ଏପରିକି ଦମକଳକ ଖବର ଦେବା ପାଇଁ ମଧ୍ୟ ନେଟୱାର୍କ ବ୍ୟବସ୍ଥା ନଥିବା ଯୋଗୁଁ ଦମକଳ ମଧ୍ୟ ପହଞ୍ଚି ପାରିନଥିଲା। ତେବେ ଗୋଟିଏ ପଟେ ସ୍ୱାମୀ ବ୍ରଜବନ୍ଧୁ ମାଝୀ ଦାଦନ ଖଟିବାକୁ ବାହାର ରାଜ୍ୟରେ ଥିବା ବେଳେ ନିଜେ ନର୍ମଦା ଦିନ ମଜୁରିଆ ଭାବେ କାମ କରି ଘର ଚଳାଇବା ସହିତ ବଡ଼ପୁଅକୁ ଯୁକ୍ତ ୨ରେ ଏବଂ ୨ ଝିଅ ମଧ୍ୟରୁ ଜଣକୁ ଅଷ୍ଟମ ଓ ଜଣକୁ ୫ମ ଶ୍ରେଣୀରେ ପାଢ ପଢାଉଛନ୍ତି। ଘର ପୋଡ଼ିଯିବା ଫଳରେ ଏହି ପରିବାର ସଂପୂର୍ଣ୍ଣଭାବେ ବେସାହରା ହୋଇ ପଡ଼ିଥିବା ବେଳେ କିଭଳି ଭାବେ ଘରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଆଜି ଏହି ପିଡ଼ିତ ପରିବାର ଖଜୁରିପଡ଼ା ତହସିଲ୍‍ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ରାଜସ୍ୱ ନିରୀକ୍ଷକ ଅମୀୟ ଭୂଷଣ ରାମ ଉକ୍ତ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଥିବା ବେଳେ ତୁରନ୍ତ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ