ନିଆଁଲିଭା ଯନ୍ତ୍ରପାଇରୋଲାନ୍ସ ୱାଟର୍ ଗନ୍
ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ନିର୍ମିତ ପାଇରୋଲାନ୍ସ ସ୍ୱାଟର ଗନ୍ ଏକ ନିଆଁ ଲିଭା ଯନ୍ତ୍ର । ବନ୍ଦ କୋଠରି, ବଡ଼ କୋଠା, ମଲ୍ ଆଦିରେ ନିଆଁ ଲାଗିଲେ, ଭିତରେ ନ ପଶି, ଏହା ମାଧ୍ୟମରେ ନିଆଁ ଲିଭାଇ ହେବ । ଷ୍ଟିଲ୍. କଂକ୍ରିଟ୍, ଇଟା, ଗୁଳି ନିରୋଧୀ କାଚରେ ତିଆରି କାନ୍ଥକୁ ମାତ୍ର ଦଶରୁ ପଞ୍ଚାବନ ସେକେଣ୍ଡ ମଧ୍ୟରେ ଛିଦ୍ର କରି, ଏହି ଯନ୍ତ୍ର ଦ୍ୱାରା ପାଣି ଛିଞ୍ଚି ହେବ । ଘର ଭିତରର ତାପମାତ୍ରା କମାଇବା ଲାଗି ଆବଶ୍ୟକ ଉପାଦାନ ମଧ୍ୟ ପ୍ରୟୋଗ କରିହେବ । ଏହି ଯନ୍ତ୍ରର ବ୍ୟବହାର ନିରାପଦା । ଆମେରିକୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତି ଏହି ଯନ୍ତ୍ର ।