ନିଆଁ ରେ ପୋଡି ହୋଇ ମହିଳା ଗୁରୁତର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ ।ସ୍ୱାମୀ ଇଟାଭାଟିରେ ନିଆଁ ଲଗାଉଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର ଆନନ୍ଦ ବସ୍ତରାୟ ଙ୍କ ସ୍ତ୍ରୀ ସୁପ୍ରୀୟା ବସ୍ତରାୟ l ସ୍ୱାମୀ ଙ୍କ ସୂଚନା ପ୍ରକାରେ ଇଟାଭାଟି ରେ ନିଆଁ ଲଗାଇବା ବେଳେ ସୁପ୍ରିୟା ପଛପଟେ ଥିଲେ l ହଠାତ ସ୍ତ୍ରୀ ସୁପ୍ରିୟା ଙ୍କ ଦେହରେ ନିଆଁ ଲାଗିଥିବା ଦେଖି ସେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେ ସୁପ୍ରିୟା ଙ୍କ ଦେହ ର ୭୦ ଭାଗ ପୋଡ଼ିଯାଇଥିଲା l ସଙ୍ଗେ ସଙ୍ଗେ ତାଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର MKCG ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଡ଼ାକ୍ତର ସୁଚନା ଦେଇଛନ୍ତି


