ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଯୋଡ଼ା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ହୁଡ଼ିସାହି ଠାରେ ଶୁକ୍ରବାର ସଂଧ୍ୟାରେ ବାସନ୍ତୀ ପାତ୍ର ନାମ୍ନୀ ଜଣେ ମହିଳା ନିଜ ହେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଜଣାପଡ଼ିଛି ।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡ଼ିଛି ଯେ,ହୁଡ଼ିସାହି ଠାରେ ରହୁଥିବା ମିଥୁନ ପାତ୍ର ତାଙ୍କ ସ୍ତ୍ରୀ ବାସନ୍ତୀ ପାତ୍ରଙ୍କ ମଧ୍ୟରେ କଳହ ହୋଇଥିଲା । ସ୍ତ୍ରୀ ବାସନ୍ତୀ ପାତ୍ର ନିଜ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ କମାରଯୋଡ଼ାସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲେ ହେଁ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ