ନିଆଁ ଲାଗି ଦଶଲକ୍ଷ ଟଙ୍କାର ବଫେ ପ୍ଲେଟ କପ ଜଳିଗଲା

ଗଞ୍ଜାମ, (ବିନୋଦ ପଲାଇ):ସଟସର୍କିଟ ଯୋଗୁଁ ନିଆଁ ଲାଗି ଦଶ ଲକ୍ଷରୁ ଉର୍ଦ୍ଧ୍ବ ବଫେ ପ୍ଲେଟ ଓ କପ ଜଳି ନଷ୍ଟ ହୋଇଥିବା ଜଣାପଡିଛି। ତାମ୍ପରା ପାର୍ଶ୍ଵରେ ଥିବା ଦକ୍ଷିଣକାଳୀ କାଳି ବଫେ ଓ ପ୍ଲେଟ କପ ସ୍ମଲ ଇଣ୍ଡୋଷ୍ଟିଜରେ ଆଜି କାମ ଚାଲିଥିବା ବେଳେ ହଠାତ ଧୂଆଁ ବାହାରୁଥିବାର କର୍ମଚାରୀ ମାନେ ଦେଖିଥିଲେ। ଖବର ପାଇ ପ୍ରୋପାଇଟର ପ୍ରଶାନ୍ତ କୁମାର ପଣ୍ଡା ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ। ଠିକ ସମୟରେ ଛତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚବା ବେଳକୁ ନିଆଁ ଲାଗି ବ୍ୟାପୁଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଯାଇପାରିଥିଲା।ଏହି ନିଆଁଲାଗିବା ଫଳରେ ବ୍ୟାପକ ପ୍ରସ୍ତୁତି ହୋଇରହିଥିବା ବଫେ ପ୍ଲେଟ, କପ ଓ ରଅମେଟିରାଲ ପୋଡି ନଷ୍ଟ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ହେବ ବୋଲି ପ୍ରୋପାଇଟର ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ