ନିଆଁ ଲାଗି ଦୁଇଟି ପରିବାରର ୬ ମୃତ୍ୟୁ
ଗାଜିଆବାଦ -ନିଆଁ ଲାଗି ଦୁଇଟି ପରିବାରର ୬ ଜଣଙ୍କ ମୃତ୍ୟୁ ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ରେ ତେବେ ସର୍ଟ ସର୍କିଟ୍ କାରଣରୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗାଜିଆବାଦର ଲୋନୀ ବର୍ଡର ଥାନା ଅନ୍ତର୍ଗତ ବେହଟା ହାଜିପୁର ସ୍ଥିତ ମୌଲାନା ଆଜାଦ କଲୋନୀର ଏକ ଘରେ ଆଜି ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଦୁଇ ପରିବାରର ୫ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି ।


