ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପୋଷାକ ଜଳିଗଲା
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ କଲେଜ ରୋଡ଼ ସ୍ଥିତ ମା ଦୁର୍ଗା ପୋଷାକ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପୋଷାକ ଓ ଲୁଗା ପୋଡ଼ି ଯାଇଛି । ଶୁକ୍ରବାର ସକାଳ ପ୍ରାୟ ସାଢେ ୬ ଘଂଟା ସମୟରେ ବିଦ୍ୟୁତ ସକ ସର୍କିଟରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି । ସକାଳ ସମୟରେ ଦୋକାନ ମାଲିକ ଓ ପରିବାର ସଦସ୍ୟ ଦୋକାନ ବାରିପଟେ ଘର ମଧ୍ୟରେ ଶୋଇଥିବା ବେଳେ ବିଦ୍ୟୁତ ସକ ସର୍କିଟରୁ ନିଆଁ ଲାଗିଯାଇଥିଲା ।