ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଳ ଗଦା ଜଳିଗଲା
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମରେ ଶନିବାର ଅପରାହ୍ନ ପ୍ରାୟ ୧ ଘଂଟା ସମୟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାଳ ଓ ନଡ଼ା ଗଦା ସମ୍ପୁର୍ଣ୍ଣ ରୁପେ ପୋଡ଼ି ଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଆଙ୍କୋରଡ଼ା ଗ୍ରାମ ବଡ଼ ସାହି ପଛଭାଗ ବାରିମାଳ ଖଲା ପଡ଼ିଆରେ ଗ୍ରାମର ରାମ ନାହାକ, ବିଜୟ ନାହାକ, ଅନନ୍ତ ନାହାକ, ବାବୁଲା ଗୌଡ଼, ରଙ୍କ ନାଇକ, ଭୁଷଣ ନାଇକଙ୍କ ଗଛିତ ଥିବା ଲକ୍ଷାଧିକ ଟଙ୍କାର ପାଳ ଓ ନଡ଼ା ଗଦା ନିଆଁ ଲାଗି ପୋଡ଼ିଯାଇଛି । ଖବର ପାଇ ହିଂଜିଳିକାଟୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଚିବା ନିଆଁକୁ ଆୟତ କରିଥିଲେ । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।