ନିଆଁ ଲିଭାଇବା ପାଇଁ ସହାୟତା ର ହାତ ବଢାଇଲା ବ୍ରାଜିଲ

ଦୀର୍ଘ ୩ ସପ୍ତାହ ଧରି ନିଆଁ ଲାଗିଥିବା ବିଶ୍ୱର ସର୍ବବୃହତ ଜଙ୍ଗଲ ଆମାଜନ ରେ ନିଆଁ ଥମିବାର ନାଁ ନେଉ ନାହିଁ। ନିଆଁ ଲିଭାଇବା ଲାଗି ବ୍ରାଜିଲ ନିକଟରେ ପ୍ରାଧିକୃତ ସେନାବାହିନୀ ଥିବା ଏହାର ରାଷ୍ଟ୍ରପତି ଜାର ବୋଲସୋନାରୋ ପ୍ରକାଶ କରିଛନ୍ତି। ଜଙ୍ଗଲର ଅଧିକାଂଶ ବନାଗ୍ନିରେ ଭସ୍ମୀଭୂତ ହୋଇଥିଲାବେଳେ ଏବେବି ଏହା ଖୁବ ଜୋର୍ରେ ଜଳୁଛି। ଏହା ଦ୍ବାରା ପରିବେଶର ବ୍ୟାପକ ପ୍ରଦୂଷଣ ହେଉଛି। ଅନ୍ୟପଟେ ଇୟୁର କ୍ରୋଧ ଶାନ୍ତ କରିବା ଲାଗି ବ୍ରାଜିଲ କୂଟନୈତିକ ଉଦ୍ୟମ ଜାରି ରଖିଛି। ସୂଚନା ଅନୁସାରେ, ବିଶ୍ୱ ର ଅଧାରୁ ଅଧିକ ବିଶ୍ୱ ର ଚିରହରିତ ଜଙ୍ଗଲ ବହନ କରୁଥିବା ଆମାଜନର ୮୩% ଅଞ୍ଚଳରେ ନିଆଁ ଲାଗିଯାଇଛି। ଏ ନେଇ ୟୁରୋପୀୟ ସଙ୍ଘ (ଇୟୁ) କ୍ଷୁବ୍ଧ ହେବା ସହିତ ବ୍ରାଜିଲ ସହ ବାଣିଜ୍ୟିକ କାରବାର ବନ୍ଦ କରିବାକୁ ଧମକ ଦେଇଛି। ଅପରପକ୍ଷରେ ବ୍ରାଜିଲ ଏହି ନିଆଁ ଲିଭାଇବାକୁ ସେନା ପଠାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ