ନିଆଁ ସ୍ପଶର୍ଷରେ ଆସି ଶିଶୁ ଗୁରୁତର

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର ଥାନା ଅନ୍ତର୍ଗତ ଗୁରୁବାଡି ଗ୍ରାମରେ ନିଆଁ ସ୍ପଶର୍ଷରେ ଆସି ଜଣେ ଶିଶୁ ଗୁରୁତର ଆହାତ ହୋଇଛି । ଗୁରୁତର ଆହାତ ଶିଶୁର ନାମ ରବିନ୍ଦ୍ର ଗୈାଡଙ୍କର ପୁତ୍ର ପବିତ୍ର ଗୈାଡ (୪ ) ବର୍ଷ ବୋଲି ଜଣାପଡିଛି ।ମିଳିଥିବା ଖବର ଅନୁଯାୟୀ ଶିଶୁର ମାଁ ଗୀତାଞ୍ଜଳି ତାଙ୍କ ପୁତ୍ରଙ୍କୁ ତାଙ୍କ ପଡୋଶୀ ଘରେ ରହୁଥିବା ନିଜ ଯା ନିକଟରେ ଛାଡି ଚାଲିଯାଇଥିଲେ ବିଲ କାମକୁ ଯା ଘରୋଇ କାମ କରୁଥିବା ସମୟରେ ୪ ବର୍ଷର ଶିଶୁ ଘରେ ରୋଷେଇ କରୁଥିବା ଷ୍ଟୋଭ ନିଆଁ ସ୍ପଶର୍ଷରେ ଆସି ଗୁରୁତର ଆହାତ ହୋଇଛି । ଶିଶୁ ଟିର ମୁହଁ ଆଦି ରେ ଗଭୀର କ୍ଷତ ଲାଗିଛି । ଗୁୁରୁତର ଅବସ୍ଥାରେ ଶିଶୁଟିକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରିଥିଲେ । ପ୍ରାଥମିକ ଚିକିସ୍ରା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ