ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଦମ୍ପତି
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍ ) : ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ଦମ୍ପତି । ଆଧୁନିକ ସମାଜରେ ସମସ୍ତେ ନିଜ ନିଜର ସାଙ୍ଗ ସାଥି, ବନ୍ଧୁ ବର୍ଗ ମାନଙ୍କ ମେଳରେ ଭୋଜି ଭାତ କରି ଜନ୍ମଦିନ ପାଳନ କରୁଥିବା ବେଳେ ସ୍ଥାନୀୟ ଡାମିଏନନଗରସ୍ଥିତ କୁଷ୍ଠରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ସହ ମିଷ୍ଟାନ୍ନ ବାଣ୍ଟିବା ସହ ଜନ୍ମଦିନ ପାଳନ କରିଛନ୍ତି ଦମ୍ପତି । ସମାଜ ସେବୀ ସୁଧୀର ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ସମାପ୍ତି ପଟ୍ଟନାୟକ ବେଶ୍ ହସ ଖୁସିର ସହ ଜନ୍ମଦିନ ପାଳନ କରିଛନ୍ତି । ଏଥିସହ ଆସନ୍ତା ଜାନୁୟାରୀ ନୂତନ ବର୍ଷ ୩ ତାରିଖରେ ସେ କୁଷ୍ଠରୋଗୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ୟ୍ଥ ଶିବିର ଆୟୋଜନ କରିବେ ବୋଲି ଏକ ବୈଠକ କରିଥିଲେ । ସୁଧିରଙ୍କ ଏହି ଭଳି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ପ୍ରଂଶସା କରାଯାଇଛି ।


