ନିଆରା ଢଙ୍ଗରେ ଜରାଶ୍ରମରେ ହୋଲି ପର୍ବ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବ୍ଳକଛକସ୍ଥିତ ଜରାଶ୍ରମରେ ନିଆରା ଢଙ୍ଗରେ ହୋଲିପର୍ବ ମଙ୍ଗଳବାର ପାଳିତ ହୋଇଯାଇଛି । ଗଙ୍ଗଦା(ପାଇକସାହି)ସ୍ଥିତ ଭାଗବତ ସୁରକ୍ଷା ପରିଷଦ ପକ୍ଷରୁ ପରିଷଦର ସଦସ୍ୟ ତଥା ସାମାଜିକ କର୍ମୀ ବିଚିତ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଜରାଶ୍ରମରେ ରହୁଥିବା ବୃଦ୍ଧ ପିତାମାତାଙ୍କ ପାଦରେ ହର୍ବାଲ ରଙ୍ଗ ପ୍ରଦାନ କରାଯାଇଥିଲା । ପରେ ଅନ୍ତେବାସୀଙ୍କୁ ଫଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ଜୀବନ ଜ୍ୟୋତି ଜେନା, ରଂଜିତ ପଣ୍ଡା, ରଂଜିତ ପାଳ, କୁନା ବେହେରା, ଅଜୟ ଜେନା, ସମୀର ଜେନା, ଆଦର୍ଶ ଜେନା,ଦୀପକ ପଣ୍ଡା ଆଦି ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ