ନିଆରା ଢଙ୍ଗରେ ପାଳିଲେ ରାକ୍ଷୀ ପୂର୍ଣ୍ଣିମା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବୃକ୍ଷକୁ ରାକ୍ଷୀ ବାନ୍ଧି ତୁଷାର ଚାରିଟେବୁଲ ଟ୍ରଷ୍ଟ ନିଆରା ଢଙ୍ଗରେ ପାଳନ କଲେ । ସମ୍ପାଦକ ବିବେକାନନ୍ଦ ବାରିକ ବିବରଣୀ ବୃକ୍ଷ ହିଁ ପ୍ରକୃତ ଭାଇ ଓ ବନ୍ଧୁ ଅଟେ । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ୨ ମାସ ତଳେ ଭୁବନେଶ୍ୱରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ହୋଇଥିଲା । ତାର ମୁଖ୍ୟ କାରଣ ବୃକ୍ଷ ଦିନକୁ ଦିନ ହ୍ରାସ ପାଇବାକୁ ଯାଉଛି । ତୁଷାର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସମସ୍ତଙ୍କୁ ଅନୁରୋଧ କରଯାଉଛି ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇ ଭାଇ ପରି ତାର ଯତ୍ନ ନିଅନ୍ତୁ । ଏହି କାର୍ଯ୍ୟକ୍ରମରେ ଗଛପ୍ରେମୀ ସୁନାରାମ ସିଂ, ସମାଜସେବୀ ଜୀବନ ରାଉତ, ପ୍ରଭାତୀ ବାରିକ, ରାକେଶ ସେଠୀ, ବିଜୟ କୁମାର ବେହେରା, ସଂଗ୍ରାମ ଜେନା, ପାର୍ଥସାରଥୀ ମିଶ୍ର, ସୂର୍ଯ୍ୟ ନାରାୟଣ ଦାସ, ଅର୍ପିତା ମିଶ୍ର, ପ୍ରିୟମ୍ବଦା, ଅନୁ, କୈଳାସ ନାୟକ, ରାଜା, ବିଶ୍ୱରଞ୍ଜନ ନାୟକ, ସୌମ୍ୟ ଦାସ, ଶୁଭଶ୍ରୀ ଦାସ, ସରୋଜିନୀ ମହାପାତ୍ର, ରବି ଧଳ, ବସନ୍ତ ଦା ଓ ଜଗା ପ୍ରମୁଖ ଯୋଗ ଦେଇଥିଲେ ।