ନିଆରା ଢଙ୍ଗରେ ବଡଦିନ ପାଳିଲେ ସୁଦର୍ଶନ ପଟ୍ଟନାୟକ
ପୁରୀ -ନିଆରା ଢଙ୍ଗରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ ପୁରୀ ମେ ଫେୟାର ବେଳାଭୂମିରେ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏହା ବିଶ୍ବର ସର୍ବବୃହତ୍ ୩-ଡି ସ୍ୟାଣ୍ଡ୍ ଆର୍ଟ ମାନ୍ୟତା ପାଇବ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ଏଥର କେବଳ ବାଲି ଉପରେ ଏହାକୁ ନିର୍ମାଣ କରାଯାଇଛି। ୨୫ ଶହ ବର୍ଗଫୁଟ ଅଞ୍ଚଳରେ ଏହି ବାଲୁକା କଳା ପ୍ରସ୍ତୁତ କରାଯାଇଛି। ଏହାକୁ ଦେଖିବାକୁ ଆସୁଥିବା ପର୍ୟ୍ୟଟକମାନେ ବାଲି ଉପରେ ନିର୍ମିତ ସାନ୍ତାକ୍ଲଜ ସହିତ ହାତ ମିଳାଇ ପାରିବେ।


