ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କଲା ସାମାଜିକ ସଂଗଠନ 

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମାଜମଙ୍ଗଳ ହୁଣ୍ଡିରେ ଦାନ କରି ଗୋଟେ ନୂଆ ହୁଣ୍ଡି ସ୍ଥାପନା କଲା ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ । ଆଜି କଳ୍ପନା ଅଞ୍ଚଳର ବିବେକାନନ୍ଦ ନନ୍ଦ ପାର୍କଠାରେ ଭୁବନେଶ୍ୱର ର ସାମାଜିକ ସଂଗଠନ ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ ତାର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ କରିଛି । କର୍କଟ ପିଡ଼ିତଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା କଳ୍ପନା ଛକଟୋକା ସଙ୍ଘର ସମାଜମଙ୍ଗଳ ହୁଣ୍ଡିରେ  ଅର୍ଥରାଶି ଦାନ କରିବା ସହ ଟ୍ରଷ୍ଟ ଏକ ସମାଜମଙ୍ଗଳ ହୁଣ୍ଡି ସ୍ଥାପନା ମଧ୍ୟ କରିଛି । ହୁଣ୍ଡି ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ ନୂତନ ହୁଣ୍ଡି ସ୍ଥାପନା କରିଥିଲେ । କଳ୍ପନା ଛକଟୋକା ସଙ୍ଘ ସଭାପତି ଧୀରେନ ରାଉତରାୟ, ସମ୍ପାଦକ ଶିବ ଶଙ୍କର ଡାକୁଆ, ରକ୍ତଦାତା ତନ୍ମୟ ସାମନ୍ତରାୟ, ସମାଜସେବକ ରୋହିତ କୁମାର ନାୟକ, ଗୁରୁପଦ ନାଥ, ଭୁବନାନନ୍ଦ ସାମନ୍ତ, ବାବୁଲା ପରିଡା, ଭାଗିରଥି ନାୟକ ପ୍ରମୁଖ ନିସ୍ୱାର୍ଥ ସେବା ଚାରିଟେବୁଲ ଟ୍ରଷ୍ଟକୁ କୃତଜ୍ଞତା ଅର୍ପଣ କରିଥିଲେ । ନିସ୍ୱାର୍ଥ ସେବା ଓଡିଶା ଟ୍ରଷ୍ଟର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ମାର୍ଥା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଦେବାଶିଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ସମାଜମଙ୍ଗଳ ହୁଣ୍ଡିରେ ହୁଣ୍ଡିଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ