ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ
ନାଉଗାଁ (ଯୁଗାବ୍ଦ ନ୍ୟୁଜ): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ନାଉଗାଁ ବ୍ଳକରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ତିରୁଣା ପଂଚାୟତ ବିଜୁ ଯୁବ ବାହିନୀର ସଂପାଦକ ଦେବଦତ ତ୍ରିପାଠୀଙ୍କ ନେତୃତ୍ୱରେ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବସ୍ତ୍ର ଓ ମିଷ୍ଟନ ବଂଟନ କରାଯାଇଛି । ଏଥିରେ ସୁବାଣୀ ଦଳାଇ, ଜଗତା ପରିଡା, ସୂର୍ଯ୍ୟକାନ୍ତ ପରିଡାଙ୍କୁ ଶ୍ରୀ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟାମାନେ ଭେଟି ବସ୍ତ୍ର ବଂଟନ କରିବା ସହିତ ମିଷ୍ଟନ ଖୁଆଇ ଦେଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ ଓ ଦୀର୍ଘାୟୁ କାମନା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହିପରି ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ୨୦୧୮-୧୯ ଶିକ୍ଷାବର୍ଷର +୨ ପରୀକ୍ଷାରେ ମହାବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ତରଫରୁ ସମାଜସେବୀ ପପିନ୍ଦ୍ର ଲେଙ୍କା ଓ ଛାତ୍ରନେତା ସୁଧିର ଦାସ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏପରିକି ସେମାନଙ୍କର ଚାଳ ଛପର ଘର ଥିବାରୁ ବିଧାୟକଙ୍କୁ ଏ ବିଷୟରେ ଅବଗତ କରାଇ ଆବାସ ଯୋଜନାରେ ସାମିଲ କରାଇବା ପାଇଁ ଆଶ୍ୱସନା ମଧ୍ୟ ଦେଇଥିବା ଜଣାଯାଇଛି ।


