ନିଆରା ଢଙ୍ଗରେ ଷ୍ଟୋରୀ ଇମେଜର ଅବିର ଡାଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):କଟକ ଜିଲ୍ଲା ଚୌଦ୍ୱାର ମହାବିଦ୍ୟାଳୟ ର ସାହିତ୍ୟ ବିଭାଗର କୁଳପତି ଡ଼ ପ୍ରଫୁଲ୍ଲ କୁମାର ସାହୁଙ୍କ ପୌରହିତ୍ୟ ରେ ଚୌଦ୍ୱାର ସ୍ଥିତ ପୋଟଳେଇ ମନ୍ଦିର ପ୍ରାଙ୍ଗଣରେ ନିଆରା ଢଙ୍ଗରେ ଷ୍ଟୋରୀ ଇମେଜର ଅବିର ଡାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ହୋଲି ଉତ୍ସବ ସମ୍ବନ୍ଧୀୟ ଗୀତ ପରିବେଶେଣ ହୋଇଥିଲା l ଏଥିସହିତ ମୁଖ୍ୟ ବକ୍ତା ମାନଙ୍କ ଦ୍ୱାରା ବ୍ୟଙ୍ଗତ୍ମକ କବିତା ଗାନ ହେବା ସହିତ ଛାତ୍ରଛାତ୍ରୀ ମାନେ ହୋଲି ର ରଙ୍ଗ ରେ ମଜି ଯାଇଥିଲେ l ବର୍ତମାନ ର ସରକାର କହୁଥିବା ଓଡିଶାର ଅସ୍ମିତା ସମ୍ବନ୍ଧରେ କହୁଥିବା ବେଳେ ଏହାକୁ ଅନୁଶରଣ କରି ଛାତ୍ରଛାତ୍ରୀ ମାନେ ଏକ ନିଆରା ଢଙ୍ଗରେ ଅତିଥିମାନଂକୁ ପଖାଳ ଖୋଇ ଏହି ଉତ୍ସବ ର ଆନନ୍ଦ ଲାଭ କରିଛନ୍ତି ବୋଲି ତାହା ମହାବିଦ୍ୟାଳୟ ର ସାହିତ୍ୟ ବିଭାଗର ପ୍ରଫେସର ପ୍ରଫୁଲ କୁମାର ସାହୁ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି lବର୍ତମାନ ଆରମ୍ଭ ହୋଇଥିବା ଫଗୁଦଶମୀ ଠାରୁ ଚଳନ୍ତି ପ୍ରତିମା ମାନେ ଘରଘର ବୋଲି ଭୋଗ ଖାନ୍ତି ବୋଲି ଆଦ୍ୟ ପରମ୍ପରା ରୁ ରହିଆସିଥିବା ବେଳେ ଛାତ୍ରଛାତ୍ରୀମାନେ ଏହାକୁ ଆଜିଠୁ ପାଳନ କରିଛନ୍ତି l ଏହି ଷ୍ଟୋରି ଇମେଜରେ ଏକ ନିଆରା ଅନୁଭୁତି ସହିତ ଓଡ଼ିଆ ପରମ୍ପରା କୁ ବଜାଇ ରଖିବା ତଥା ଓ଼ଡ଼ିଆ ସଂସ୍କୃତି କୁ ବଜାଇ ରଖିବା ହିଁ ଏକ ମାତ୍ର ବିକଳ୍ପ ବୋଲି ସାହିତ୍ୟ ଅଧ୍ୟାପକ ପ୍ରଫୁଲ୍ଲ ସାହୁ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ