ନିଆରା ଢଙ୍ଗରେ ସ୍ଵାଧୀନତା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ଭୁବନେଶ୍ଵର ର ଝାରପଡ଼ା ସ୍ଥିତ ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନ ଠାରେ ନିଆରା ଢଙ୍ଗରେ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଆଶ୍ରମ ରେ ଥିବା କୁନି କୁନି ପିଲା ମାନଙ୍କ ମଧ୍ୟରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଏୟାରଫିଲ୍ଡ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅଶୋକ ନାୟକ, ବିଶିଷ୍ଟ ସମାଜସେବୀକା ଆଭାରାଣୀ ଚୌଧୁରୀ, ସମାଜସେବୀ ଶେଖ୍ ଅର୍ସଦ ଅଲ୍ଲୀ, ଯୁବ ଉଦ୍ୟୋଗୀ ସୁଧାଂଶୁ ଶେଖର ନନ୍ଦ, ରାଜେଶ କୁମାର ସାହୁ, ଶିକ୍ଷାବିତ୍ ଦୀପକ କୁମାର ରାଉତ, ସମାଜସେବୀକା ସ୍ୱାଗତିକା ଆଚାର୍ଯ୍ଯ, ସାମ୍ବାଦିକ ଅଭିଷେକ ମହାନ୍ତି, ମହିଳା ଉଦ୍ୟୋଗୀ ଲୋପାମୁଦ୍ରା ସାମଲ, ସୁଶ୍ରୀ ସ୍ଵାଗତିକା ଭୂୟାଁ ପ୍ରମୁଖ ସାମିଲ୍ ହୋଇଥିଲେ | କୁନି କୁନି ପିଲା ମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ, ନୃତ୍ୟ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା | ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଅଣାଯାଇ ପାରିବ ବୋଲି ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ | କାର୍ଯ୍ୟକ୍ରମ କୁ ନଜମିନ ପରୱିନ ପରିଚାଳନା କରିଥିବାବେଳେ ପିପିଏଲ୍ ଓଡ଼ିଆ ର ନ୍ୟୁଜ୍ ହେଡ୍ ରଘୁନାଥ ସାହୁ ଉପସ୍ଥିତ ଅତିଥିବୃନ୍ଦ ଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ