ନିଆରା ବାହାଘର : ବତକ ବରକୁ ବତକ କନ୍ୟା
ଆପଣ ପୂର୍ବରୁ ଅନେକ ଆଶ୍ଚର୍ଯ୍ୟଜନକ ବାହାଘର ବିଷୟରେ ଶୁଣିଥିବେ । କିନ୍ତୁ କେବେ ବତକ ବତକଙ୍କ ମଧ୍ୟରେ ବାହାଘର ହେବା ଶୁଣିଛନ୍ତି? ବିଶ୍ୱାସ ଲାଗୁ ନ ଥିଲେ ବି ସତ । ଏମିତି ନିଆରା ବାହାଘର ହୋଇଛି ଛତିଶଗଡ଼ରେ । ବତକ ବଂଶ ଲୋପ ପାଇଯାଉଥିବାରୁ ମକସଦ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଏମିତି କିଛି କରାଯାଇଛି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଦନ୍ତେଶ୍ୱରୀ ମନ୍ଦିରରେ କଡ଼କନାଥ ପ୍ରଜାତିର ବତକ “କାଲିଆ’ (ବର) ଏବଂ ମାଈ ବତକ “ସୁନ୍ଦରୀ'(କନ୍ୟା)ର ବିବାହ ଆଦିବାସୀ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ହୋଇଥିଲା । ଏଥିରେ “କାଲିଆ’ ସହ “ସୁନ୍ଦରୀ’ର ବାହାଘର ବୋଲି ଲେଖା ହୋଇଥିବାବେଳେ ଏହି ଉତ୍ସବରେ ସମସ୍ତେ ଯୋଗ ଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ବିବାହ ଉତ୍ସବ ହୀରାନାର କଡ଼କନାଥ ବତକ ସହ ୬ କି.ମି. ଦୂର କୌସଲୀରେ ଥିବା ସୁନ୍ଦରୀ ସହ ହୋଇଥିଲା । ଏହା ପୂର୍ବରୁ ହୀରାନାର କଡ଼କନାଥ ହବ୍ରୁ କାଲିଆର ବରଯାତ୍ରୀ ଦଳ ନାଚଗୀତ ସହ ବାହାରିଥିଲେ । ଏହି ବରଯାତ୍ରୀ ଦଳରେ ୧୦୦ରୁ ଊଦ୍ଧ୍ୱର୍ ଲାକ ସାମିଲ ଥିଲେ । ବରଯାତ୍ରୀ ଏକ ପିକ୍ଅପ୍ରେ ଆସିଥିବାବେଳେ କନ୍ୟାପକ୍ଷ ଏକ ଇ-ରିକ୍ସାରେ ଆସି ଦନ୍ତେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ଏହା ବ୍ୟତୀତ ଏଥିରେ ଯୋଗ ଦେଇଥିବା ଅତିଥିମାନେ ବରକନ୍ୟାଙ୍କୁ ବତକ, କୁକୁଡ଼ା ଏବଂ ଅନ୍ୟ କୃଷି ଉପଯୋଗୀ ଉପହାର ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନାରାୟଣ ସାହୁ କହିଛନ୍ତି, ଏହି ବାହାଘର କେବଳ ପ୍ରଶାସନ ନୁହେଁ ଅଞ୍ଚଳର ସମସ୍ତ ମହିଳା ଏବଂ ପୁରୁଷ କରାଇଛନ୍ତି । ଏପରି ବିବାହ ଉତ୍ସବ ଆୟୋଜନର କାରଣ ହେଲା ଆଦିବାସୀ ସମ୍ପ୍ରଦାୟକୁ କୃଷିପାଳନ ପାଇଁ ପ୍ରୋତ୍ସାହିତ କରାଇବା ।


