ନିଆରା ଭାବେ ଜନ୍ମଦିନ ପାଳିଲେ ସମାଜସେବୀ
ଯାଜପୁର, (ୱାଇଏନ୍ଏସ୍): ସମାଜସେବୀ ନରେନ ଓଝାଙ୍କ ଜନ୍ମଦିନ ଅବସରରେ ରନ୍ଧା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରିବା ସହ ଯାଜପୁର ସ୍ଥିତ ଅନପୂର୍ଣ୍ଣା ଶିଶୁ ଯତ୍ନଗୃହ (କନ୍ୟା ଆଶ୍ରମ) ଅନାଥ ଆଶ୍ରମରେ କିଛି ମୁହୂର୍ତ୍ତ ଅନାଥ ପିଲାମାନଙ୍କ ସହ ମିଶି ଖୁସି ବାଣ୍ଟିଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପିଲାଙ୍କ ମୁହରେ ଟିକିଏ ହସ ଦେଇଥିବାରୁ ଏ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ହୋଇପାରିଛି। ସମାଜସେବୀ ଅଶୋକ କୁମାର ଦାଶଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


