ନିଆରା ଢ଼ଙ୍ଗରେ ରଜ ପାଳିଲେ ସ୍ୱେଚ୍ଛାସେବୀ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ରଙ୍ଗାମାଟିଆ ଗାଁରେ ମା ତାରିଣୀ ସେବାସଂସ୍ଥାର କର୍ମକର୍ତ୍ତ ମାନେ ନିଆରା ଢ଼ଙ୍ଗରେ ରଜ ପାଳନ କରିଛନ୍ତି । ଏହା ଏକ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳ ହୋଇଥିବାରୁ ଏମାନଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ ନେଇ ମା ତାରିଣୀ ସେବାସଂସ୍ଥାର ସଭାପତି ନନ୍ଦୁ ଚରଣ ଜେନା, ବରିଷ୍ଠ ଉପଦେ୍ଦଷ୍ଟା ମଧୁସୁଦନ ସାହୁ, ଚକ୍ରଧର ସାହୁ, କୈଳାଶ ରାଉତ, ନାରାୟଣ ନାୟକ, ସୁଶାନ୍ତ ମହାପାତ୍ର, ଦୀପକ ନାୟକ, ଅବିନାଶ ସାହୁ ପ୍ରମୁଖ ସଦସ୍ୟ ମାନେ ଗାଁରେ ପହଞ୍ଚି ରଜପର୍ବର ମହତ୍ୱ ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହିତ ଛୁଆମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରି ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ସେବା ସଂସ୍ଥାର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।