ନିଆର ଢଙ୍ଗରେ ଜନ୍ମଦିନ ପାଳନ କଲେ ଡାକ୍ତର ନିହାର ରଞ୍ଜନ ସାହୁ
ଗଞ୍ଜାମ – ବ୍ରହ୍ମପୁର ଏମ.କେ.ସି.ଜି ର ଭେଷଜ ବିଜ୍ଞାନ ଡାକ୍ତର ନିହାର ରଞ୍ଜନ ସାହୁ ନିଆର ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ପରିସରକୁ ଆସିଛନ୍ତି । ଗଂଜାମ ବ୍ଲକ ଅନ୍ତର୍ଗତ ପାଳୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପରିସରରେ ବିଦ୍ୟାର୍ଥୀ ମାନଙ୍କ ସହ କେକ୍ କାଟି ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ପାଠ୍ୟପୁସ୍ତକ ପ୍ରଦାନ କରିଥିଲେ ବିଦ୍ୟାର୍ଥୀ ଙ୍କୁ । ଏହି କାର୍ୟ୍ୟକ୍ରମ ରେ ଶିଶୁମନ୍ଦିର ଉପଦେଷ୍ଟା ବିଜୟ କୁମାର ବିଶ୍ବାଳ , ସମ୍ପାଦକ ପୂର୍ଣ ଚନ୍ଦ୍ର ପଣ୍ଡା, ଓ ରଞ୍ଜନ କୁମାର ନାହାକ, ସସ୍ମିତା ମହାରଣା ପ୍ରମୁଖ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ପରିଚାଳନା କମିଟି ସଭ୍ୟ ଉପସ୍ଥିତ ଥିଲେ ।


