ନିଉଦାନୀ ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟି ବୈଠକ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନିଉଦାନୀସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଶିଶୁମନ୍ଦିର ପରିଚାଳନା ସମ୍ପର୍କିତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ନୁତନ ଭାବେ ଏକ କମିଟି ଗଠନ କରାଯାଇ ସୁପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ଅଶୋକ କୁମାର ରାଉତ, ଉପସଭାପତି ଭାବେ ସୋମନାଥ ସ୍ୱାଇଁ, ସମ୍ପାଦକ ଭାବେ ହରମୋହନ ପଣ୍ଡା, ସହସମ୍ପାଦକ ଭାବେ ମୋହନ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭାବେ ଗୋପାଳକୃଷ୍ଣ ରାଉତ, ଶିକ୍ଷାବିତ ଭାବେ ନାରାୟଣ ଚନ୍ଦ୍ର ମହାରଣା, ଫକିର ଚନ୍ଦ୍ର ବେହେରା, ଚକ୍ରବର୍ତ୍ତୀ ପଣ୍ଡା, ପିତବାସ ପ୍ରଧାନ, ଚତୁର୍ଭୁଜ ରାଉତ, ବିଦ୍ୟାଧର ପୁହାଣ ଓ ଉପଦେ୍ଦଷ୍ଟା ଭାବେ ନିରଞ୍ଜନ ରାଉତ, ଅଲେଖ ରାଉତ, ଶରତ କୁମାର ରାଉତ, ସନ୍ତୋଷ କୁମାର ଜେନା, ଅଜିତ କୁମାର ରାଉତ, ଶ୍ରୀମତୀ ମାନାରାଣୀ ତ୍ରିପାଠୀ, ଅକ୍ଷୟ କୁମାର ବଳ ପ୍ରମୁଖଙ୍କୁ ମୋନାନୀତ କରାଯାଇଥିଲା । ଏହି ଶିଶୁମନ୍ଦିରଟି କିପରି ଭଲ ଭାବେ ଚାଲିପାରିବ ଓ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇଦେବ ସେନେଇ ସବିଶେଷ ଆଲୋଚନା କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ