ନିକିରାଇରେ ବିଜୁ ଜୟନ୍ତୀ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ବନଦୁର୍ଗା ସାଂସ୍କୃତିକ ପରିଷଦ ବିଜୁଭବନ ସମ୍ମୁଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ତାଙ୍କ ତ୍ୟାଗପୁତ ଜୀବନଦର୍ଶନ ଉପରେ ଆଲୋକପାତ କରାଯାଇଥିଲା । ଏହି ଉପଲକ୍ଷେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜୁଜନତାଦଳର ଯୁବନେତା ଦୁଷ୍ମନ୍ତ କୁମାର ମଲିକ, ଶିକ୍ଷାବିତ ପ୍ରଣବ କୁମାର ଜେନା, ନୀଳମଣି ନାୟକ, କେଦାରଗୈାରୀ ଜେନା, ଶ୍ରୀକାନ୍ତ କୁମାର ଜେନା, ସାମାଜିକ କର୍ମୀ ବେଣୁଧର ନାୟକ, ପ୍ରମୋଦ କୁମାର ଜେନା, ସେକ ଇସଲାମ, ଯୁବନେତା ପ୍ରଭାସ ମଳୟ ଜେନା, ରାଜାରାମ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଜୀବନଦର୍ଶନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


