ନିଖାଜ ମୂଷାକୁ ପୁଲିସ ମାଲିକ ସହିତ ଏପରି ମିଳାଇଲା, ଭିଡିଓ ହେଲା ଭାଇରାଲ
ପୁଲିସ ଅପରାଧୀକୁ ଧରିଥିବା କଥା ଶୁଣିଥିବେ । କିନ୍ତୁ ପୁଲିସ ଏକ ନିଖୋଜ ମୂଷାକୁ ଖୋଜି ବାହାର କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଏକ ଭିଡିଓ ଜୋରସୋର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପୁଲିସ ଏକ ନିଖୋଜ ମୂଷ।।କୁ ଖୋଜି ବାହାର କରିଛି । ତେବେ ଆସନ୍ତୁ ଜାଣିବା ଏମିତି କ’ଣ ହେଲା ଯେ ପୁଲିସ ମୂଷାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ।
ଏପ୍ରିଲ ୬ ତାରିଖ ଦିନ ପାଖାପାଖି ୨ଟା ସମୟରେ ଜଣେ ବ୍ୟକ୍ତି ମୂଷାକୁ ଏକ ପିଞ୍ଜରାରେ ନେଇ ଯାଉଥିଲେ । ଶୌଚାଳୟ ଯିବା ପାଇଁ ସେ ଏହି ପିଞ୍ଜରାକୁ ଗଳିରେ ରଖି ଦେଇଯାଇଥିଲେ । ଏହି ସମୟରେ ସେହି ଗଳି ଦେଇ ଯାଉଥିବା ଜଣେ ମହିଳାଙ୍କୁ ଲାଗିଲା ଯେ ବୋଧହୁଏ କେହି ମୂଷାକୁ ବାହାରେ ଛାଡି ଦେଇ ଚାଲି ଯାଇଛି । ତେଣୁ ସେ ମୂଷାକୁ ସେହି ସ୍ଥାନରୁ ନେଇ ଚାଲିଯାଇଥିଲେ । ଶୌଚାଳୟ ଯାଇଥିବା ବ୍ୟକ୍ତି ବାହାରକୁ ଆସି ଦେଖିଲା ବେଳକୁ ତାଙ୍କ ମୂଷା ସେହି ସ୍ଥାନରେ ଆଉ ନଥିଲା । ସେ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ । ପୁଲିସ ଏହା ପରେ ମୂଷାକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ମୂଷାକୁ ଖୋଜି ବାହାର କରିଥିଲା । ଏହି ମାମଲାଟି ଅଷ୍ଟ୍ରେଲିଆର ନ୍ୟୁସାଉଥ୍ ୱେଲସରେ ଘଟିଛି । ପୁଲିସ ମାଲିକକୁ ଏହି ମୂଷା ଦେବା ସମୟରେ ଏକ ଭିଡିଓ ପ୍ରସ୍ତୁତ କରିଥିଲା । ଏହି ଭିଡିଓକୁ ନ୍ୟୁସାଉଥ ୱେଲସ ପୁଲିସ ଫେସ୍ବୁକ୍ ସେୟାର କରିଥିଲେ । ଏହାପରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା । ଭିଡିଓରେ ଦେଖିବାକୁ ମିଳୁଛି ଯେ ମୂଷା ମିଳିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ବହୁତ ଖୁସି ନଜର ଆସୁଛନ୍ତି ।