ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ବିଞ୍ଚଣା ପଲ୍ଲୀ ର ବାର୍ଷିକ ଉତ୍ସବ
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋୟୀ):କ୍ଷେତ୍ରୀୟବରପୁର ପଞ୍ଚାୟତ ଅନ୍ତର୍ଗତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ବିଞ୍ଚଣା ପଲ୍ଲୀ ର ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ, ସଭାପତି ମାର୍କଣ୍ଡ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ଯୋଗ ଦେଇ କୁଳ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମାଜ ସଙ୍ଗଠନରେ ମୁଁ ନୁହେଁ,ଆମ୍ଭେର ବାର୍ତ୍ତା ନେଇ ସାମୂହିକ ଭାବେ କାର୍ଯ୍ୟ କଲେ ସମାଜ ସଙ୍ଗଠନ ରୁଧିମନ୍ତ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଲେଙ୍କା କହିଥିଲେ। ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ଉପସଭାପତି ଖଲି ପରିଡା, ସାଧାରଣ ସମ୍ପାଦକ ନିରଞ୍ଜନ ନାୟକ, ସଙ୍ଗଠନସମ୍ପାଦକ ମୁନା ବାରିକ, କୋଷାଧ୍ୟକ୍ଷ ମନୋଜ ପରିଡା, କେନ୍ଦ୍ରୀୟସଦଶ୍ୟ କୁଞ୍ଜବିହାରୀ ମହାନ୍ତି, ନେଟଙ୍ଗା ମଣ୍ଡଳ ସଭାପତି ଅଧ୍ୟାପକ ଦିବ୍ଯଲୋଚନ ବିଶ୍ବାଳ,ଉପସଭାପତି ସୁରେନ୍ଦ୍ର କୁମାର ଦାସ, ସହସମ୍ପାଦକ ନିମାଇଁ ରାଉତ, ବିଶ୍ଵଭାରତୀ ସଭାପତି କୁଞ୍ଜବିହାରୀ ନାୟକ, ପୂର୍ବତନ ମଣ୍ଡଳସଭାପତି ସୂର୍ଯ୍ୟମଣି ବଳିତା,କ୍ଷେତ୍ରୀୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ ଯୋଗ ଦେଇ ଜାତିସଙ୍ଗଠନ ଉପରେ ଆଲୋଚନା କରିଥିଲେ। ଅନ୍ୟମାନକ ମଧ୍ୟରେ ପୂର୍ବତନ ସଙ୍ଗଠନ ସଂପାଦକ ତ୍ରିନାଥ ନାୟକ, ପୂର୍ବତନ କେନ୍ଦ୍ର ସଦସ୍ୟ ଶିକ୍ଷାବିତ ପ୍ରଭାକର ଜେନା, ଲୁଣିପୋଡା ସଭାପତି ରମେଶ ମହାନ୍ତି,କରାଗାଡିଆ ସଭାପତି ଜଗବନ୍ଧୁ ରାଉତ, ଉସ୍ତପଲ୍ଲୀ ସଭାପତି ଭୀଷ୍ମଦେବ ଲେଙ୍କା, ନେଟଙ୍ଗା ସଭାପତି ସତ୍ୟନାରାୟଣ ଲେଙ୍କା ଯୋଗ ଦେଇଥିଲେ। ମଣ୍ଡଳ ସଭାପତି ଶ୍ରୀ ବିଶ୍ବାଳ ଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ମହିଳା ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା କରାଯାଇ ପୁରସ୍କାର ବଣ୍ଟନ କରାଗଲା। ଏହିଅବସରେ ସଫଳ ଚାଷୀ ଶିବ ନାୟକ ଙ୍କୁ କୁଳାଧିପତି ସମ୍ମାନିତ କରିଥିଲେ। ଶେଷରେ ମଣ୍ଡଳ ସଂପାଦକ କୃର୍ଷ୍ଣଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଦେଇଥିଲେ।


