ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ନବ ନିର୍ବାଚିତ ରାଜ୍ୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଉପକଣ୍ଠ ଦକ୍ଷିଣକାଳୀ ଉପ୍ରା ବିଦ୍ୟାଳୟ, ନିରଞ୍ଜନପୁରଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ନବନିର୍ବାଚିତ ରାଜ୍ୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସଭାରେ ଅକ୍ଷୟ କୁମାର ମହାନ୍ତି ସଭାପତି ଭାବେ ସଭା ପରିଚାଳନା କରିଥିଲେ । ଶିକ୍ଷକ ନେତା ପ୍ୟାରୀମୋହନ ଦାସ, ବିଧୁ ଭୂଷଣ ପଟ୍ଟନାୟକ, ତ୍ରିନାଥ ସାମନ୍ତରା, ଆର୍ତ୍ତତ୍ରାଣ ଜେନା ଓ ଜଟଣୀ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ସୁଧାଂଶୁ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ସଭାପତି ପ୍ରଫୁଲ୍ଲ ସାମନ୍ତ ସିଂହାର ଅତିଥି ପରିଚୟ ପ୍ରଦାନ କରିଥିଲେ । କର୍ମକର୍ତ୍ତାଙ୍କ ମଧ୍ୟରେ ଜଗବନ୍ଧୁ ଜେନା, କମଳ ଲୋଚନ ବିଶ୍ୱାଳ, ରାଜକୁମାର ସାହୁ ମୁଖ୍ୟ ଉପଦେଷ୍ଟାଗଣ ଏବଂ ବିକ୍ରମ କେଶରୀ ଦାସ ସଭାପତି, ସୁକାନ୍ତ କୁମାର ବେହେରା, ସାଧାରଣ ସମ୍ପାଦକ, ଶିବନାରାୟଣ ବେହେରା, କାର୍ଯ୍ୟକାରୀ ସଭାପତି, ଯୁଧିଷ୍ଠିର ପ୍ରଧାନ, କୋଷାଧ୍ୟକ୍ଷ, ସୁଦର୍ଶନ ସ୍ୱାଇଁ, ଯୁଗ୍ମ ସାଧାରଣ ସମ୍ପାଦକ, କିଶୋର ମହାରଥା, ଉପସଭାପତି, ମାଧବାନନ୍ଦ ପଣ୍ଡା, ଯୁଗ୍ମ ସମ୍ପାଦକ ଓ ସଚିଦାନନ୍ଦ ପରିଡ଼ା ସହ ସମ୍ପାଦକ ଶିକ୍ଷକ ଦର୍ପଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ସଂଘ ସମ୍ପାଦକ ଦେବରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ ଓ ବାଲିପାଟଣା ବ୍ଲକ ସମେତ ଅନ୍ୟ ଶିକ୍ଷକମାନେ ମଧ୍ୟ ଯୋଗଦାନ କରିଥିଲେ ।


