ନିଖିଳ ଉତ୍କଳ ପାତ୍ର ତନ୍ତୀ କଲ୍ୟାଣ ସମିତି ତରଫରୁ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉଚ୍ଚବାଳକ ବିଦ୍ୟାଳୟ ପରିସରରେ ରବିବାର ଦିନ ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ହମିତି,ଓଡିଶା ବାମନଘାଟୀଉପଖଣ୍ଡ ଶାଖା ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ସଭାପତି କିର୍ତ୍ତନ ପାତ୍ରଙ୍କ ସଭାପତିତ୍ବରେ କରୋନା କଟକଣା ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାମଦା ରାଜସ୍ବ ନିରୀକ୍ଷକ ସନ୍ତୋଷ ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାଵେ ଯୁବ ସମାଜସେବୀ ଦେବ ଦାସ ଯୋଗ ଦେଇଥିଲେ ।ଚଳିତ ବର୍ଷ ପାତ୍ର ତନ୍ତି ସମାଜର ଆର୍ଥିକ ଅନଗ୍ରସର ଦାରିଦ୍ର‌୍ୟ କଷାଘାତରେ ଷଢୁଥିବା ବିପିଏଲ ଶ୍ରେଣୀର ମେଟ୍ରିକ ପାଶ୍ କରିଥିବା ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଶତକଡା ଷାଠିଏରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି ସେମାନଙ୍କୁ ଆଗକୁ ଭଲ ପଢିବାପାଇଁ ଉତ୍ସାହିତ କରାଯିବ ପାଇଁ ସମିତି ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଚଳିତବର୍ଷ ବାମନଘାଟୀ ଉପଖଣ୍ଡର ବିଭିନ୍ନ ବ୍ଲକର ୯ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ୧୫୦୦ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇ ସହାୟତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂପାଦକ ଲଳିତ ପାତ୍ର ଅନୁଷ୍ଠାନର ଲକ୍ଷ୍ୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସନ୍ତୋଷ ପାତ୍ର ଛାତ୍ରଛାତ୍ରୀମାନେ ଭଲ ପଢି ସମାଜରେ ପ୍ରତିଷ୍ଠିତ ହେବା ସହ ଅବହେଳିତ ,ଗରିବ ଶ୍ରେଣୀର ଲୋକମାନଙ୍କୁ ସେବା ଓ ସହାୟତା କରିବା ପାଇଁ ବାର୍ତ୍ତା ଦେଇଥିଲେ ।ଏହି ମେଧାବୀ ଉତ୍ସବରେ ମାନସ ଦୀପାୟନ ପାତ୍ର,ଦୀନବଂଧୁ ପାତ୍ର,ପୁରୁଷୋତ୍ତମ ଦାସ ଏବଂ ଅନ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।ଛାତ୍ରଛାତ୍ରୀମାନେ ସହାୟତା ପାଇ ଆନନ୍ଦିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ