ନିଖିଳ ଉତ୍କଳ ମଧୂବୈଶ୍ୟ ସମାଜ ଛତ୍ରପୁରର ଆଞ୍ଚଳିକ ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ନୂଆ ପୁଲିସ୍ ଲାଇନ୍ ଗଣେଶ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ମଧୂବୈଶ୍ୟ ସମାଜ ଛତ୍ରପୁରର ଆଞ୍ଚଳିକ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମଧୂବୈଶ୍ୟ ସମାଜର ସଭାପତି ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରି ଜାତିର ବିଭିନ୍ନ ସମସ୍ୟା ଓ ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ଦିଗରେ ଆଲୋକପାତ କରିଥିଲେ । ଛତ୍ରପୁର ତାଲୁକାରେ ସୂଚାରୁରୂପେ ନିର୍ବନ୍ଧ କାର୍ଯ୍ୟ ତୁଲାଇବା ପାଇଁ ରାଜେନ୍ଦ୍ର ସାହୁ, ରଞ୍ଜିତ୍ କୁମାର ସାସମଲ, ଲକ୍ଷଣ ସାହୁ ଓ ଅକୃର ସାହୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଗୌରୀଶଙ୍କର ବିଷୋୟୀଙ୍କୁ ଅର୍ଗନାଇଜିଂ ସଂପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଏବଂ କୈଳାସ ଚନ୍ଦ୍ର ସାହୁଙ୍କୁ କେଉଟପଲ୍ଲୀ ଅଞ୍ଚଳ ପାଇଁ ନବ ନିଯୁକ୍ତ କରାଯାଇଥିଲା । ମଧୂବୈଶ୍ୟ ସମାଜର ସଭାପତି ଶ୍ରୀ ସାହୁଙ୍କୁ ଉପରୋକ୍ତ ନବନିର୍ବାଚିତ ସଦସ୍ୟ ମାନେ ତାଙ୍କରି ବିଭିନ୍ନ କାର୍ଯ୍ୟ ଉପସ୍ଥାପନା କରିବା ପାଇଁ ସ୍ଥିର କରାଯାଇଥିଲା । ଜିଲ୍ଲା ଉପସଭାପତି ଲୋକନାଥ ସାହୁ, କୈଳାସ ଚନ୍ଦ୍ର ସାହୁ, ସଂପାଦକ ତ୍ରିନାଥ ସାହୁ କୋଷାଧ୍ୟକ୍ଷ ପ୍ରଫୁଲ କୁମାର ସାହୁ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ