ନିଖିଳ ଉତ୍କଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର-: ସ୍ଥାନୀୟ ପଳାଶପଲ୍ଲୀ କାର୍ଯ୍ୟାଳୟଠାରେନିଖିଳ ଉତ୍କଳ ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ୭୧ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ, ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ୍ ନୁହଁନ୍ତି । ସମସ୍ତ ସଂଗଠନ ଓ ସମାଜର ସମସ୍ତ ବର୍ଗ ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଆଗେଇ ଆସିଲେ ରାଷ୍ଟ୍ର ପାଇଁ ହିତକର ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ବେହେରା, ଯୁବ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଡ. ନୀଳମାଧବ ସେନାପତି, ରାଖାଲ୍ ସେଠୀ, ନାରାୟଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ସୀତାଂଶୁ ଶେଖର ମହାରଣା ଯୋଗଦେଇ ଗଣତନ୍ତ୍ର ଦିବସର ମହନୀୟତା ଉପରେ ବହୁ ତଥ୍ୟ ଉପସ୍ଥାପନ କରିବା ସହିତ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସମସ୍ତ ସହିଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ଭାବେ ସହଯୋଗ କରିଥିଲେ ଦେବଦତ ପଣ୍ଡା, ହରିହର ଦେଓ, ଝିଲି ମହାରଣା, ନାରାୟଣ ସାହୁ, ସତ୍ୟନାରାୟଣ ସେଠୀ ପ୍ରମୁଖ ।


