ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀସଂଘ ପକ୍ଷରୁ ବିକ୍ଷୋଭ ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ରେଳ ଷ୍ଟେସନରୁ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଘର ଜିଲା ସଭାନେତ୍ରୀ ପ୍ରତିଭା ପାଲ ପୌରୋହିତ୍ୟ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଏଆଇଟିୟୁସିର ନବ ନିର୍ବାଚିତ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଏଥିରେ ଯୋଗଦେଇ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରିତା ଓ ଅଙ୍ଗନୱାଡ଼ି ପରିଚାଳନାରେ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଅଙ୍ଗନବାଡ଼ି଼ି କର୍ମୀଙ୍କୁ ମାସିକ ସାମାନ୍ୟ ଭତ୍ତା ଦେଇ ସରକାର ସେମାନଙ୍କ ଉତ୍ସର୍ଗୀକୃତ ସେବାର ଶ୍ରେୟ ନେଇ ଚାଲିଥିବା ସେ ଆରୋପ ଉଠାଇଥିଲେ । ନିମ୍ନମାନର ମୋବାଇଲ୍ ଦେଇ ୨୪ ଘଣ୍ଟିିଆ ଅଙ୍ଗନବାଡ଼ି କର୍ମୀଙ୍କୁ ସନ୍ଦେହ ନଜରରେ ଟ୍ରାକିଂ କରିବା ବିଶ୍ୱ ମାନବୀୟ ଅଧିକାରର ଗୁରୁତର ଉଲଂଘନ ବୋଲି ସେ କହିଥିଲେ । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଆକାଶଛୁଆଁ ହୋଇ ଚାଲିଥିଲେ ବି ସରକାର ଗରମ ରନ୍ଧାଖାଦ୍ୟରେ ଅଣ୍ଡା ସହିତ ଭାତ ଓ ତରକାରୀ ପାଇଁ ଏସଏନପି ବାବଦରେ ମାତ୍ର ୮ଟଙ୍କା ଦେଉଛନ୍ତି । ଯାହାକୁ ଅଙ୍ଗନବାଡ଼ି କର୍ମୀଙ୍କୁ କର୍ମୀଙ୍କ ଦ୍ୱାରା ଭରଣା କରିବା ଅସମ୍ଭବ ହୋଇପଡ଼ିଛି । ବିଭିନ୍ନ ବ୍ଲକ୍‌ରେ ଅଙ୍ଗନବାଡ଼ି କର୍ମୀଙ୍କୁ ୨୦୧୭ ମସିହାଠାରୁ ଟିଏ ଦିଆଯାଇ ନଥିବା ବେଳେ ଆଉ କେତେକ ବ୍ଲକରେ ଫାଷ୍ଟ ଏଡ କିଟ୍ ଓ ଖେଳନା ସାମଗ୍ରୀ କ୍ରୟ ପାଇଁ ଅଦ୍ୟାବଧି ଅର୍ଥ ଦିଆନଯିବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଶ୍ରୀ ଦାସ କହିଥିଲେ । ସର୍ବନିମ୍ନ ମଜୁରି ହିସାବରେ ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ୨୬ ହଜାର ଟଙ୍କାର ଦରମା ଦେବାକୁ କଷ୍ଟ ଅନୁଭବ କରୁଥିବା ସରକାର ସାଂସଦ ବିଧାୟକଙ୍କ ଭତ୍ତା ବଢ଼ାଇବା ଓ ସବୁ କାମରେ ଠିକାଦାର ନିଯୁକ୍ତି ଦେଇ କମିଶନ ଖାଇବା କେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାର ଆଦର୍ଶ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ବିରୋଧରେ ରାଜ୍ୟ ବ୍ୟାପୀ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀସଂଘ ତଥା ସଂଯୁକ୍ତ ମୋର୍ଚ୍ଚା ଆହ୍ୱାନ କ୍ରମେ ଡିସେମ୍ବର ୯ ତାରିଖରେ ସମଗ୍ର ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକାମାନେ ବିଧାନସଭା ଘେରିବେ । ଏଥିରେ ବାଲେଶ୍ୱର ଜିଲ୍ଲାର ସମସ୍ତ ପ୍ରକଳ୍ପର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ବାସିନୀ ପ୍ରଧାନ, ସୁଷମା ପାତ୍ର, ନିୟତି ସାହୁ, ନିଶାମଣି ନାୟକ, ପୂର୍ଣ୍ଣିମା ଦେ’, ପ୍ରତିଭା ନାୟକ, ଜ୍ୟୋତି ଦାସ, ଅନୁପମା ଗିରି, ଅନ୍ନପୂର୍ଣ୍ଣା ପ୍ରଧାନ, ଲକ୍ଷ୍ମୀପ୍ରିୟା ମିଶ୍ର, ସଂଯୁକ୍ତା ସିଂ, ନୀଳିମା ଜେନା, ସଂଯୁକ୍ତା ପାଣିଗ୍ରାହୀ, ଭାରତୀ ବିନ୍ଧାଣୀ, ଭାରତୀ ନାୟକ, ନଳିନୀ ପ୍ରଭା, ମାନିନି ଆଚାର୍ଯ୍ୟ, ଗୀତାରାଣୀ ପ୍ରଧାନ, ମମତା ଦାସମହାପାତ୍ର, ତୃପ୍ତିରାଣୀ ମହାନ୍ତି, ଶାନ୍ତିଲତା ମାଝୀ, ରିଙ୍କି ହାଲଦାର, ରଶ୍ମି ପାତ୍ର, ଅଞ୍ଜଳି ପାତ୍ର, ରାଜଶ୍ରୀ ସାହୁ, ପୂର୍ଣ୍ଣିମା ସାହୁ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ସଂଗଠନ ପକ୍ଷରୁ ୧୭ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ