ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର ଆନ୍ଦୋଳନ
ନିମାପଡା, (ସନ୍ତୋଷ ଦାଶ) : ଏ ଆଇ ଟି ଇଉ ସି ଡାକରାରେ ନିଖିଳ ଓଡ଼ିଶା ଅଙ୍ଗନବାଡି ସଭାନେତ୍ରୀ ପ୍ରିୟମ୍ବଦା ମିଶ୍ର ଓ ସମ୍ପାଦିକା ଲଳିତା ଦେଈଙ୍କ ନେତୃତ୍ବରେ ୩୦୦ରୁ ଉର୍ଦ୍ଧ୍ଵ ଅଙ୍ଗନବାଡି କର୍ମୀ କାକଟପୁର ଡାକ୍ତରଖାନା ଛକରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି କାକଟପୁର ବ୍ଲକ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା କରିଥିଲେ । ଏ ଆଇ ଟି ଇଉ ସି ର ଆବାହକ ଡା ପ୍ରଫୁଲ୍ଲ ମହାପାତ୍ର, ପୁରୀ ଜିଲ୍ଲା ଏ ଆଇ ଟି ଇଉସିର ସଭାପତି ଗୋଲେଖ ଚରଣ ନାୟକ ପ୍ରମୁଖ ଯୋଗଦେଇ ଅଙ୍ଗନବାଡି କର୍ମୀଙ୍କ ବିଭିନ୍ନ ଦାବି ଯଥା, ମାସିକ ଦରମା ୨୧୦୦୦/- ଟଙ୍କାକୁ ବୃଦ୍ଧି କରିବା ସହ ୧୦,୦୦୦/- ଟଙ୍କା ଲେଖାଏଁ ପେନସନ, କେନ୍ଦ୍ରସରକାର ଙ୍କ ବିଭିନ୍ନ ବୀମା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା, ଅଙ୍ଗନବାଡି ୱାର୍କରସ ବୀମା ଯୋଜନା, ମାଧ୍ୟାନ୍ନ ଭୋଜନ ର ସର୍ବନିମ୍ନ ମୂଲ୍ୟବୃଦ୍ଧି, କୋଭିଡ ୧ ୯ ରେ କାର୍ଯ୍ୟରତ କର୍ମୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଆଦି ୧୫ ଦଫା ଦାବି ଉପସ୍ଥାପନ କରିଥିଲେ l ଶେଷରେ ମାନ୍ୟବର ପ୍ରଧାନମନ୍ତ୍ରୀଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କାକଟପୁର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରୀଆରେ ୧୫ ଦଫା ସମ୍ବଳୀତ ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ସହାୟକ ଯନ୍ତ୍ରୀ ଭାସ୍କର ପ୍ରସାଦ ଶତପଥୀଙ୍କୁ ପ୍ରଦାନ କରିଥିଲେ।