ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ଜରୁରୀ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ, ଅଞଳୀ ନାୟକ ଓ ସାଧାରଣ ସଂମ୍ପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର ଗ୍ରାମରୋଜଗାର ସେଵକ ଯୋଗ ଦେଇଥିଲେ। କୌଣସି ଚାକିରୀରେ ଛ ବର୍ଷ କାମ କଲେ ସରକାର ସେମାନଙ୍କ ଚାକିରୀ ନିୟମିତ କରୁଥିବା ଦେଖାଯାଉଛି। କିନ୍ତୁ ଜିଆରଏସ ୧୪ ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କ ଚାକିରୀ ନିୟମିତ କରାଯାଉ ନଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ।ପଞ୍ଚାୟତର ସମସ୍ତ ଦାୟିତ୍ୱ ପୂର୍ଣ୍ଣ ଆର୍ଥିକ କାରବାର ବୁଝୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟଜନକ। ସରକାରଙ୍କ ଜିଆର ଏସ ମାରଣ ନୀତି ର ନିନ୍ଦା କରାଯାଇଛି। ବାରମ୍ବାର ଅନୁରୋଧ ସତ୍ୱେ ଯଦି ସରକାର ଜିଆରଏସମାନଙ୍କ ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସଙ୍ଘ ସଭାପତି ଶ୍ରବଣ ପଣ୍ଡା ସୂଚନା ଦେଇଛନ୍ତି। ଏଣୁ ସରକାର ସେମାନଙ୍କ ଦାବୀ କୁ ସହୃଦୟତାର ସହ ବିଚାର କରିବା ଉଚିତ ବୋଲି ସଙ୍ଘ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ