ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ସ୍ୱସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ମାର୍ଶାଘାଇ ସିଏଚସି କମିଟି ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୨୦୦୫ ମସିହାରୁ ଏନଆରଏଚଏମ ଗଠିତ ହୋଇ ଦେଶବ୍ୟାପି ମା’ ଓ ଶିଶୁମାନଙ୍କ ଯତ୍ନ ନେବା ସହିତ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କଲେ । ସେହି ଯୋଜନାର ଶେଷ କର୍ମଚାରୀ ଭାବେ ଆଶାକର୍ମୀଙ୍କୁ ନିଯୁକ୍ତି ଦେଲେ । ମାଆ ଓ ଶିଶୁର ମୃତ୍ୟୁହାର କମାଇବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ପକାଇ ଦେଶରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିଲେ ଆଶାକର୍ମୀ । ମାତ୍ର ଏନଆରଏଚଏମ ପରେ ଏନଏଚଏମରେ ରୂପାନ୍ତରିତ ହୋଇ ମା’ ଓ ଶିଶୁର ସ୍ୱାସ୍ଥ୍ୟରକ୍ଷା ସହିତ ଫାଇଲେରିଆ, ମିଳିମିଳା, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଏଡସ, ବାଳିକା ସଚେତନତା ପ୍ରଭୃତି ସମସ୍ତ ରୋଗର ସଚେତନତା ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ କରାଗଲା । ଠିକ୍ ଏହି ସମୟରେ କୋଭିଡ-୧୯ ମହାମାରୀ ଭଳି ବିଶ୍ୱ ମହାମାରୀ ଆସିଲା । ଏହାକୁ ପ୍ରତିହତ କରିବା ପାଇଁ ଆଶାକର୍ମୀମାନେ ବଜ୍ରଶପଥ ନେଲ ‘କୋଭିଡ ହଟିବ- ଆମେ ଜିତିବୁ’ । ଅନେକ ସମସ୍ୟା ସତ୍ତ୍ୱେ କୋଭିଡକୁ ପରାଜିତ କରିବାରେ ଆଶାକର୍ମୀଙ୍କଜ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ଆଶାକର୍ମୀଙ୍କୁ ପ୍ରତ୍ୟକ ମାସର ୫ ତାରିଖ ମଧ୍ୟରେ ପାରିଶ୍ରମିକ ପ୍ରଦାନ କରିବା, ସରକାର ଘୋଷଣା କରିଥିବା ମାସିକ ୩ହଜାର ୫ଶହ ଟଙ୍କାରୁ ୪ହଜାର ୫ଶହ ଟଙ୍କା ଆଶାକର୍ମୀଙ୍କୁ ପ୍ରଦାନ କରାଯିବା, ସାମାଜିକ ସୁରକ୍ଷା ଓ ପଦୋନ୍ନତି ପ୍ରଦାନ, ମୋବାଇଲ ସେଟ ପ୍ରଦାନ, ନର୍ସିଂ ହୋମରେ ଜନ୍ମିତ ପିଲାର ପାରିଶ୍ରମିକ ପ୍ରଦାନ, ପ୍ରତିଗ୍ରମାରେ ଆଶାଗୃହ ନିର୍ମାଣ, ୬୨ ବର୍ଷରେ ଅବସର ପରେ ପେନସନ ପ୍ରଦାନ, ଆଶାକର୍ମୀଙ୍କୁ ମୃତ୍ୟୁକାଳୀନ ସହାୟତା ଏକ ଲକ୍ଷ ବଦଳରେ ୫ ଲକ୍ଷ ପ୍ରଦାନ କରାଯିବା, ମାସିକ ଏକ ହଜାର ଟଙ୍କା ବଦଳରେ ୭ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବା, ଦରଦାମ ବୃଦ୍ଧି ହେତୁ ନିଶ୍ଚିତ ଭତ୍ତା ୨୧ ହଜାର ଟଙ୍କା ପ୍ରଦାନ ସହ ଏନଏଚଏମର ସମସ୍ତ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ରାପଡା ଜିଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା, ଶ୍ୟାମଗୁଡିଆରେ ନିର୍ମାଣାଧିନ ମାଆ ଓ ଶିଶୁ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯିବା, ପୂର୍ବରୁ ବାକିଥିବା ପରିବାର ନିୟନ୍ତ୍ରଣ, ପ୍ରଶିକ୍ଷଣ, ପରୀକ୍ଷା ଦେବା ଓ ଅନ୍ୟାନ୍ୟ ବକେୟା ଅର୍ଥ ୭ ଦିନ ମଧ୍ୟରେ ପ୍ରଦାନ କରାଯିବା, କରୋନା ସମୟରେ ଦାୟିତ୍ୱ ନିର୍ବାହ ବେଳେ ଉପୁଜିଥିବା ସମସ୍ୟାର ସମାଧାନ କରାଯିବା ପ୍ରଭୃତି ଦାବି ରହିଛି । ନିଖିଳ ଓଡିଶା ଆଶାକର୍ମୀ ସଂଘ ମାର୍ଶାଘାଇ ସିଏଚସି କମିଟି ପକ୍ଷରୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ସିଏଚସି କମିଟି ସଭାପତି ସାଥି ଦ୍ରୈାପଦୀ ସ୍ୱାଇଁ, ସମ୍ପାଦକ ଭଗବତୀ ନାୟକ, ଜିଲ୍ଲା ସମ୍ପାଦକ କାନ୍ତିପ୍ରଭା ନାୟକ, କୋଷାଧ୍ୟକ୍ଷ ନନ୍ଦିନୀ ସ୍ୱାଇଁ, ଏଆଇଟିୟୁସିର ରାଜ୍ୟ ନେତୃତ୍ୱ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ସୀତାକାନ୍ତ ବାରିକ, ଭଜହରି ପ୍ରଧାନ, ବନ୍ଦନା ମଳିକ, ଝରଣା ଖୁଣ୍ଟିଆ, କବିତା ନାୟକ, କୈାଶଲ୍ୟା ବେହେରା, ମମତା ମହାପାତ୍ର, ଉଷାରାଣୀ ପାତ୍ର, ହେମଲତା ସାହୁ, ଅନ୍ନପୂର୍ଣ୍ଣା ଦାସ, କେତକୀ ସେଠୀ, ନମିତା ସେଠୀ, ଖରଣା ସାହୁ, ପ୍ରତିମା ଲେଙ୍କା, ତନୁଜା ମାହାଳି, ଅସ୍ମିତା ଦାସ, ପୁଷ୍ପଲତା ଦାସ, ଗୀତାଞ୍ଜଳି ଜେନା, ନିର୍ମଳା ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ