ନିଖିଳ ଓଡିଶା ଆଶାକର୍ମୀ ସଂଘର ଜିଲ୍ଲାସ୍ତରୀୟ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ଆଶାକର୍ମୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀତ ପବ୍ଲିକ ରିଡିଂରୁମ୍ ପରିସରରେ ଜିଲ୍ଲା ଉପସଭାପତି ସାଥି ଭଜହରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସମ୍ପାଦିକ କାନ୍ତିପ୍ରଭା ନାୟକ ଆଗାମୀ ମାର୍ଚ୍ଚ ୨୮ ଓ ୨୯ ଦୁଇଦିନ ଧରି ଦେଶବ୍ୟାପି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱଧୀନ ଫେଡ୍ରେସନମାନେ ହରତାଳ ପାଇଁ ଡାକରା ଦେଇଛନ୍ତି । ସେଥି ମଧ୍ୟରୁ ଅସଂଗଠିତ ଯଥା ଆଶାକର୍ମୀଙ୍କୁ ସରକାରୀ ଚାକିରୀ ପ୍ରଦାନ, ସଂଶୋଧିତ ଶ୍ରମ ଆଇନକୁ ବାତିଲ କରିବା, ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ, ଖାଲି ପଡିଥିବା ସରକାରୀ ପଦବୀକୁ ପୁରଣ କରିବା ପ୍ରଭୃତି ୧୨ଦଫା ଦାବି ନେଇ ଏଇ ହରତାଳ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆନ୍ଦୋଳନ କରିବାକୁ ଜିଲ୍ଲା ସମ୍ପାଦିକା ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହସମ୍ପାଦକ ଭଗବତୀ ନାୟକ, କୋଷାଧ୍ୟକ୍ଷ ନନ୍ଦିନୀ ସ୍ୱାଇଁ, ମହାକାଳପଡା ସଭାପତି ରଞ୍ଜୁଲତା ବେହେରା, ରାଜକନିକା ସଭାପତି ସୁକାନ୍ତି ବେହେରା, ଏଆଇଟିୟୁସି ନେତା ଆଇନଜିବୀ ହୃଷିକେଶ ମହାପାତ୍ର, ଯୁବ ଆଇନଜୀବୀ ଆଳିପ୍ରସାଦ ରଥ, ଇନ୍ଦୁପୁର ସିଏଚ୍‌ସିର ସସ୍ମିତା ବାରିକ ପ୍ରମୁଖ ଯୋଗଦେଇ ଆସନ୍ତା ୨୮ତାରିଖ ସୋମବାର ସକାଳ ୧୦ଟା ସମୟରେ ତିନିମୁହାଣୀ ଛକଠାରେ ଆଶାକର୍ମୀମାନେ ଏକଜୁଟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ