ନିଖିଳ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଞ୍ଚଳ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଆୟୋଜିତ ହୋଇଥିବା ତଥା ବହୁ ଉତ୍କଣ୍ଠିତ ତଥା ସଂଘର୍ଷପୂର୍ଣ ୧୯ ବର୍ଷରୁ କମ ବାଳକ ଓ ବାଳିକା ବର୍ଗ ନିଖିଳ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଏକ ଭବ୍ୟ ସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ପୋୖର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତୀଭାସନ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଡୁଡା ପ୍ରକଳ୍ପ ନିର୍ଦେଶକ ନୀଳମାଧଵ ଭୋଇ, ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ,ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ନିଲେନ କୁମାର ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଅବସରରେ ମୁଖ୍ୟ ରେଫେରି ରିତା ଦାସ, ବୈଷୟିକ ଅଧିକାରୀ ସଂଯୋଜକ ଲକ୍ଷପତି ନନ୍ଦ, ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର ଚୌଧୁରୀ ଓ ଦୀପକ ରଞ୍ଜନ ମହାନ୍ତି, ଫିଜିଓ ଡ଼ ନବଗୋପାଳ ସରକାର ପ୍ରମୁଖ ଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ଭର୍ଦ୍ଧିତ କରିଥିଲେ। ଗତ ତିନି ଦିନ ଧରି ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ଖେଳୁଆଡ ମନବୃତ୍ତି ସହ ସିଙ୍ଗଲ ,ଡବଲ ଓ ମିକ୍ସ ଡବଲ ପ୍ରତିଯୋଗିତାରେ ବିଜୟ ଓ ପରାଜିତ ଖେଳାଳି ସମୂହଙ୍କୁ ଅତିଥିମାନେ ଭୁୟସୀ ପ୍ରଶଂସା କରି ଉତ୍ସହିତ କରିଥିଲେ। ବାଳକ ସିଙ୍ଗଲ ବର୍ଗରେ ବିଜେତା ବାଲେଶ୍ୱରର ଆର୍ଯ୍ୟ ମାଝୀଙ୍କୁ ଟ୍ରଫି ,ମାନପତ୍ର ସହ ୬ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ସମ୍ବଲପୁରର ତହସିଫ ଖାନଙ୍କୁ ରନର୍ସଅପ ଭାବେ ୪ ହଜାର ୫ଶହ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବାଳିକା ବର୍ଗରେ ବିଜେତା ଖୋର୍ଦ୍ଧାର ହର୍ଷିତା ରାଉତଙ୍କୁ ଟ୍ରଫି, ମାନପତ୍ର ସହ ୬ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ରନର୍ସଅପ ଭାବେ ସୁନ୍ଦରଗଡର ଗୀତାଶ୍ରୀ ଦେ ଙ୍କୁ ଟ୍ରଫି, ମାନପତ୍ର ସହ ୪ହଜାର୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ବାଳକ ଡବଲସ ପ୍ରତିଯୋଗିତାରେ ଯୁଗ୍ମ ବିଜେତା ଅମୀୟ କୁମାର ନାୟକ ଓ ତହସିଫ ଖାନଙ୍କୁ ଟ୍ରଫି ଓ ମାନପତ୍ର ସହ ୩ ହଜାର ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ରନର୍ସଅପ ଭାବେ ଅର୍ପିତ ପଣ୍ଡା ଓ କ୍ରୀଷ୍ଣା ସାଉଡ଼ିଆଙ୍କୁ ଟ୍ରଫି ଓ ମାନପତ୍ର ସହ ୨ହଜାର ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ବାଳିକା ଡ଼ବଲସରେ ହର୍ଷିତା ରାଉତ ଓ ଶ୍ରୀୟା ବିଶ୍ୱାଳଙ୍କୁ ଟ୍ରଫି ଓ ମାନପତ୍ର ସହ ୩ହଜାର୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ରନର୍ସ ଅପ ଭାବେ ଅସ୍ୱୀକା ମିଶ୍ର ଓ ସୁଇଟି ପ୍ରିୟା ପ୍ରଧାନ ଙ୍କୁ ଟ୍ରଫି ଓ ମାନପତ୍ର ସହ ୨ହଜାର୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ମିକ୍ସ ଡବଲ ପ୍ରତିଯୋଗିତାରେ ଆର୍ଯ୍ୟ ମାଝୀ ଓ ହର୍ଷିତା ରାଉତଙ୍କୁ ଟ୍ରଫି ଓ ମାନପତ୍ର ସହ ୩ହଜାର୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ରନର୍ସଅପ ଭାବେ ସାଇ କେଶବ ମୋଦି ଓ ଗୀତାଶ୍ରୀ ଦେଙ୍କୁ ଟ୍ରଫି ଓ ମାନପତ୍ର ସହ ୨ହଜାର୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ଉଦଯାପନୀ ସମାରୋହରେ ବିଡ଼ିଓ ସୁବ୍ରତ କୁମାର ଜେନା, ଶେରଗଡ ବିଡ଼ିଓ ଶିବାଶୀସ ବରାଳ, ତହସିଲଦାର ପ୍ରଭାତ କୁମାର ପରିଡା ,ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଓ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ନଗର ବିଜେଡି ସଭାପତି ଭୀମସେନ ବେହେରା ଓ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସମେତ ବହୁ ବିଜେଡି କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ରଙ୍କ ସମେତ ସମସ୍ତ ପାରିଷଦ ପରିଚାଳନାରେ ସହଯୋଗ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ