ନିଖିଳ ଓଡିଶା ମହିଳା ମାଟ୍ରନ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ମହିଳା ମାଟ୍ରନ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାରେ ୬ଟି ଅନୁସୂଚିତ ଜନଜାତି ଓ ଜାତି ବିଭାଗର ଆବାସିକ ବିଦ୍ୟାଳୟ ଥିବା ସ୍ଥଳେ ସେହିସବୁ ବିଦ୍ୟାଳୟ ଗୁଡିକରେ ୧୦ଜଣ ମହିଳା ମାଟ୍ରନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅନୁସୂଚିତ ଜନଜାତି ଓ ଜାତିର କୋମଳମତି ଛାତ୍ରୀମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟପେୟ, ବିଦ୍ୟାଳୟ ପରିବେଶ ପରିଛନ୍ନତା ସହିତ ହଷ୍ଟେଲ ବା ମେସ ପରିଚାଳନା ଦାୟିତ୍ୱ ସେମାନଙ୍କ ନିଯୁକ୍ତି ନିର୍ଦେଶନାମାରେ ଉଲ୍ଲେଖ ରହିଛି । ଏଥିସହ ସେମାନେ ଛାତ୍ରୀ ପିଛା ବିଭାଗ ପକ୍ଷରୁ ଏକହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ତାହା ସଠିକ ଭାବରେ ବିନିଯୋଗ ହେଉଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ସରକାରୀ ଅନୁଦାନର ସଠିକ ବିନିଯୋଗର ସ୍ୱଛତା ରକ୍ଷା ନିମନ୍ତେ ଅନ୍ୟ ଜିଲ୍ଲା ଗୁଡିକ ଭଳି କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରତ୍ୟେକ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ସଂପୃକ୍ତ ଆବାସିକ ବିଦ୍ୟାଳୟ ଗୁଡିକର ମାଟ୍ରନମାନଙ୍କୁ ନେଇ ଏକ ହ୍ୱାଟସଅପ ଗ୍ରୁପ ଖୋଲାଯାଇ ସେଥିରେ ଖାଦ୍ୟ ଚାର୍ଟ ଅନୁଯାଇ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟାର ସ୍ନାକ୍ସ ଓ ରାତି ଭୋଜନ ଅନ୍ତେବାସୀ ପିଲାମାନେ ପ୍ରତ୍ୟେକ ଦିନ ଖାଉଥିବା ଫଟୋ ଛଡାଗଲେ ଛାତ୍ରୀମାନେ ଉପକୃତ ହେବା ସହ ବିଭାଗୀୟ ସ୍ୱଛତା ରକ୍ଷା ହୋଇପାରିବ ବୋଲି ମହାସଙ୍ଘର ସଭାପତି ସୁଜାତା ଭୂୟାଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦିନ ଅନ୍ତେବାସୀ ଛାତ୍ରୀମାନଙ୍କ ଉପସ୍ଥାନ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରସାଧନ ସାମଗ୍ରୀ ସେମାନେ ପ୍ରାପ୍ତ ହେଉଥିବା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀମାନେ ଅବଗତ ହୋଇପାରିବେ । ଏଣୁ ଅନୁସୂଚିତ ଜନଜାତି ଓ ଜାତି ସଂପ୍ରଦାୟର ଛାତ୍ରୀମାନଙ୍କ ସମୁହ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦେଶ ପ୍ରଦାନ କରିବାକୁ ମହାସଙ୍ଘ ସଭାପତି ଶ୍ରୀମତୀ ଭୂୟାଁ ଦାବି କରିଛନ୍ତି । ଏହି ଦାବିପତ୍ରର ନକଲ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ମହାସଙ୍ଘର ସଭାପତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ