ନିଖିଳ ଓଡିଶା ମା ଫୁଲସୁନ୍ଦରୀ ପନ୍ଦରା ସମାଜ ର ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ନିଖିଳ ଓଡିଶା ପନ୍ଦରା ସମାଜ ତରଫ ରୁ ପାରଳାଖେମୁଣ୍ଡି ସ୍ଥିତ ମା ଫୁଲସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟତଃ ପନ୍ଦରା ଜାତି ଉର୍ଣ୍ଣତି ସହ ମହିଳା ମାନଙ୍କ ବିକାଶ କିଭଳି ହେବ ତାକୁ ନେଇ ସଚେତନା କରାଯାଇଥିଲା। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ନିଖିଳ ଓଡ଼ିଶା ପନ୍ଦରା ସମାଜ ର ସମ୍ପାଦକ ଚନ୍ଦ୍ରଶେଖର ବାଡିତିଆ,ଗଜପତି ଜିଲ୍ଲା ପନ୍ଦରା ସମାଜ ସଭାପତି ଜାନକୀ ଚରଣ ବେହେରା ,ଜୟ ପ୍ରକାଶ ବାଡ଼ିତ୍ୟା ,ସତ୍ୟନାରାୟଣ ବେହେରା,ଜୟନ୍ତୀ ବେହେରା, ପ୍ରମୂଖ ଉପସ୍ଥିତ ଥିଲେ,ସଭା ଶେଷ ରେ ସଭାପତି ଜାନକୀ ବେହେରା କିଭଳି ଜାତି ର ନାରୀ ମାନେ,ନାରି ନିର୍ଯାତନା ରୁ ବଞ୍ଚିତ ହେବା ସହ,କନ୍ୟା ଭୃଣ ହତ୍ୟା,ନିଶାଣିବାରଣ,ବାଲ୍ୟ ବିଭା ଉଛେଦ ଓ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ |