ନିଖିଳ ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର : ଦ୍ୱିତୀୟ ବାର୍ଷିକ ଅଧିବେଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱରସ୍ଥିତ ଓୟୁଏଟି ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମହାସଂଘର ସବୁ କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ବିଚାର ବିମର୍ଷ, ସେମାନଙ୍କ ସମସ୍ୟାକୁ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରିଥିବା ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁରେନ୍ଦ୍ର କୁମାର ସ୍ୱାଇଁ, ମହସଂଘର ପୂର୍ବତନ ସଭାପତି ଶାରଦା ମହାନ୍ତି ଏବଂ ମୁଖ୍ୟ ଉପଦେଷ୍ଟା ଚିନ୍ତାମଣି ମିଶ୍ର ପ୍ରମୁଖ ଯୋଗ ଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ମହାସଂଘର ବାର୍ଷିକ ବିବରଣୀ ଉପରେ ଆଲୋକପାତ କରିଥିଲେ । ବିଶେଷକରି ସରକାରଙ୍କ କାର୍ଯ୍ୟଧାରା ଓ ମହାସଂଘର ଦାବି ପ୍ରତି ସରକାରଙ୍କ ଟାଳଟୁଳ ନୀତି ସମ୍ପର୍କରେ ଆଲୋଚନା କରିଥିଲେ । ମହାସଂଘ ତରଫରୁ ଆଉଟସୋର୍ସିଂ ନିଯୁକ୍ତି ବନ୍ଦ କରିବା ସହ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା, ଅବସର ବୟସ ୬୦ରୁ ୬୧କୁ ବୃଦ୍ଧି କରିବା, ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ଏବଂ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପ୍ରତି ଲାଗୁ ହେଉଥିବା ନିୟମ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ପ୍ରତି ଲାଗୁ କରିବା ଭଳି ଦାବିଗୁଡ଼ିକ ସମ୍ପର୍କରେ ବିଶେଷଭାବେ ଆଲୋଚନା କରାଯାଇଥିଲା । ପରେ ପରେ ମହାସଂଘର ନୂତନ କର୍ମକର୍ତ୍ତା ଦାୟିତ୍ୱ ନେବା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲ । ଓୟୁଏଟି ବିଶ୍ୱବିଦ୍ୟାଳୟର ରଞ୍ଜନ କୁମାର ସାମନ୍ତରାୟ ମହାସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ ଅଜୟ କୁମାର ରଥ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ମୁରଲୀଧର ପାଣିଗ୍ରାହୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଦୀପ କୁମାର, ଭିସୁଟ୍‌ର କର୍ମଚାରୀ ସୁବୋଧ କୁମାର ପଣ୍ଡା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଉତ୍କଳ ବିଶ୍ୱିଦ୍ୟାଳୟ ଚିନ୍ତାମଣି ମିଶ୍ର ମୁଖ୍ୟ ଉପଦେଷ୍ଟା ଭାବେ ମହାସଂଘର ଦାୟିତ୍ୱ ତୁଲାଉଥିବା ବେଳେ ଓୟୁଏଟିର ବସନ୍ତ କୁମାର ବରାଳ, ଉତ୍କଳ ବିଶ୍ୱବିଦ୍ୟାଳୟର ଅଭୟ କୁମାର ବାରିକ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ